ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଜଣେ  ଯୁବକ ଆଜି ଦିନ ପ୍ରାୟ ୧ ଘଣ୍ଟ ସମୟରେ ଗ୍ରାମର ଏକ କେନ୍ଦୁଗଛରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣକ ଉମୁରାହାଣ୍ଡି ଗ୍ରାମର ଠକଧର ଗୌଡ (୨୪) ବୋଲି ଜଣାପଡିଛ।

ସୂଚନା ଅନୁଯାୟୀ ଉମୁରାହାଣ୍ଡି ଗ୍ରାମର ଦଇନୁ ଗୌଡର ପୁଅ ଠକଧର ଗୌଡ ବିବାହିତ ଥିଲେ। ତାଙ୍କରର ଏକ ଛୋଟ ଝିଅ ମଧ୍ୟ ଅଛି। ତେବେ ଦିନ ପ୍ରାୟ ଏକ ଘଣ୍ଟ ସମୟରେ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ମନ୍ଦିର ନିକଟ କେନ୍ଦୁ ଗଛରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଠକଧର ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ ଉମୁରାହାଣ୍ଡି ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର