ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

‘ରେନ୍‌କୋଟ୍‌’ରୁ ‘ରାମାୟଣ’

ଏହା ସ୍ପଷ୍ଟ ଯେ ବୁଧବାର ଦିନ କଂଗ୍ରେସ ଦଳ ଏକ ପୂର୍ବକଳ୍ପିତ ଯୋଜନା ଅନୁସାରେ ପାର୍ଲାମେଣ୍ଟ୍‌ର ଉଭୟ ଗୃହରେ ତା’ର ସୈନ୍ୟସାମନ୍ତଙ୍କୁ ମୁତୟନ କରିଥିଲା। ଯୋଜନାଟି ମଧ୍ୟ ବେଶ୍‌ ସହଜ ଥିଲା: ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଚୁପ୍‌ଚାପ୍‌ ଚିପ୍‌ସ!

ନାରୀ ମୁକ୍ତିବାଦୀମାନେ ସର୍ବଦା ଏକ ‘କାଚ ଛାତ’କୁ ବୃତ୍ତିଧାରିଣୀ ନାରୀମାନଙ୍କର ସର୍ବବିଦ୍ୟମାନ ଅଦୃଶ୍ୟ ଶତ୍ରୁ ରୂପେ ବର୍ଣ୍ଣନା କରିଥାନ୍ତି। କୌଣସି ଏକ ବ୍ୟବସାୟ ଅନୁଷ୍ଠାନରେ ସମାନ ଦକ୍ଷତା ଥିବା ଯୁବକ ଓ ଯୁବତୀମାନେ ଏକ ସମୟରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ଏବଂ ସମାନ ଗତିରେ ନିଜ ନିଜ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ଫୋକସ’ ଲାଇନଚ୍ୟୁତ

ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସମୟରେ ରେଳବାଇ ଭିତ୍ତିଭୂମିର ବିକାଶ ଓ ସଂପ୍ରସାରଣ ଦୃଷ୍ଟିରୁ ଓଡ଼ିଶା ‘ଫୋକସ ରାଜ୍ୟ’ର ଗୁରୁତ୍ୱ ପାଇଥିଲା। ‘ଫୋକସ’ କେବଳ କଥାରେ ସୀମିତ ନଥିଲା, ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ବ୍ୟୟବରାଦ ପରିମାଣରେ କ୍ରମାଗତ ବୃଦ୍ଧିରେ ଏହା ପ୍ରତିଫଳିତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ନଷ୍ଟ କୈଶୋର!

ପ୍ରାଥମିକ ଓ ଉଚ୍ଚ- ପ୍ରାଥମିକ ସ୍ତରରେ ଛାତ୍ର ଓ ଛାତ୍ରୀଙ୍କ ଶିକ୍ଷା ତଥା ଜ୍ଞାନର ସ୍ତର ସମ୍ପର୍କରେ ଅନୁଧ୍ୟାନ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରଥମ’ ପକ୍ଷରୁ ଦ୍ୱାଦଶ ‘ଅସର’ (ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେସନ୍‌ ରିପୋର୍ଟ) ନିକଟରେ ପ୍ରକାଶ ପାଇଥିଲା। ‘ଅସର-୨୦୧୭: ବିୟଣ୍ଡ ବେସିକ୍ସ’…
ଅଧିକ ଖବର ଦେଖନ୍ତୁ...

ଧନ-ଜୀବନ ସହ ଖେଳ

ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ଭୟାବହ ‘ସମ୍‌ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡ’ରେ ଏକୋଇଶ ଜଣଙ୍କ ପ୍ରାଣ ଗଲା। ଏହି ଦୁର୍ଭାଗ୍ୟଜନକ ଅଗ୍ନି -ଦୁର୍ଘଟଣା ନେଇ ଜନମତର ତାତିରେ କୁମ୍ଭକର୍ଣ୍ଣର୍ ନିଦ୍ରାରେ ଶୋଇଥିବା ଆଇନ ଓ ଆଇନର ରକ୍ଷକମାନେ ହଠାତ୍‌ ଚେଇଁ ଉଠିଥିଲେ। ଅଗ୍ନି ସୁରକ୍ଷା ଆଇନ ଓ ଅଗ୍ନି…
ଅଧିକ ଖବର ଦେଖନ୍ତୁ...

ଏମ୍‌ଏସ୍‌ପି- ଆକାଶ କଇଁଆ?

ଦେଶର ଅଧାରୁ ଅଧିକ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିବା ସଂକଟଗ୍ରସ୍ତ କୃଷିକ୍ଷେତ୍ର ପାଇଁ ଏନ୍‌ଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସବୁଠାରୁ ବଡ଼ ଘୋଷଣା ହେଲା କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ବଜେଟ୍‌…
ଅଧିକ ଖବର ଦେଖନ୍ତୁ...

ସତର୍କ ସଂକେତ

ପରବର୍ତ୍ତୀ ନିର୍ବାଚନକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଦିନ ସଂସଦରେ ମୋଦୀ ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆଗତ କଲେ। ଅର୍ଥମନ୍ତ୍ରୀ ସଂସଦରେ ନିଜ ବଜେଟ୍‌ ଭାଷଣ ରଖୁଥିବା ବେଳେ, ସେପଟେ ରାଜସ୍ଥାନ ଓ ପଶ୍ଚିମବଙ୍ଗର ତିନିଟି ଲୋକସଭା ଓ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଭୋଟ ବ୍ୟଗ୍ର ବଜେଟ

ସ୍ୱାଭାବିକ ସୂଚୀ ଅନୁଯାୟୀ ଆସନ୍ତା ୨୦୧୯, ଏପ୍ରିଲ ବେଳକୁ ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ନିର୍ବାଚନର ସମ୍ଭାବନାକୁ ଏଡ଼ାଯାଇ ପାରୁନାହିଁ। ବରଂ ନିକଟରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏକକାଳୀନ ଲୋକସଭା- ବିୀଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

କମଳା ଦାଗୀ

୧୯୭୦ ଦଶକର ବହୁଳ ଆଦୃତ ବଲିଉଡ୍‌ ଚଳଚ୍ଚିତ୍ର ‘ଦିଓ୍ଵାର୍‌’ରେ ଅନ୍ୟତମ ମୁଖ୍ୟ ଚରିତ୍ର ଅମିତାଭ ବଚ୍ଚନଙ୍କର ବାଲ୍ୟକାଳରେ ଗ୍ରାମବାସୀମାନେ ତାଙ୍କ ହାତରେ ଚିତାକୁଟାଇ ଦେଇଥିଲେ- ‘ମେରା ବାପ୍‌ ଚୋର୍‌ ହୈ’ (‘ମୋ ବାପ ଚୋର’)। ପରବର୍ତ୍ତୀ ସମୟରେ ସତସତିକା ଦୁନିଆରେ ଅନେକ ଘଟଣାରେ ଏହାର ଅନୁକରଣ…
ଅଧିକ ଖବର ଦେଖନ୍ତୁ...

ପରିବର୍ତ୍ତନର ଚିହ୍ନ

ସୋମବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ- ୨୦୧୮ ବହନ କରୁଥିବା ସନ୍ଦେଶକୁ ଯଦି ସଙ୍କୁଚିତ କରି ଗୋଟିଏ ମାତ୍ର ପରିସଂଖ୍ୟାନରେ ପ୍ରକାଶ କରାଯାଏ, ତାହା ହେବ: ଆଗାମୀ ୨୦୧୮-୧୯ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ୭-୭.୫% ହାରରେ…
ଅଧିକ ଖବର ଦେଖନ୍ତୁ...