ଚର୍ଚ୍ଚାରେ ସୋନାକ୍ଷୀଙ୍କ ଅଜ୍ଞତା!

‘କୌନ ବନେଗା କରୋଡ଼ପତି’ରେ ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ନ ପାରି ନିନ୍ଦିତ-ଉପହାସିତ ହୋଇଛନ୍ତି ସୋନାକ୍ଷୀ ସିହ୍ନା। ଅମିତାଭ ବଚ୍ଚନ ମହାଶୟ ପଚାରିଥିବା ପ୍ରଶ୍ନଟି ଥିଲା: ହନୁମାନ୍‌ କାହା ପାଇଁ ସ˚ଜୀବନୀ ଗୁଳ୍ମ ଆଣିଥିଲେ? ସୋନାକ୍ଷୀଙ୍କୁ ଏହି ‘ରାମାୟଣ’ ଆଧାରିତ ସରଳ ପ୍ରଶ୍ନର ଉତ୍ତର ଜଣା ନ ଥିବାରୁ ଘାବ‌େରଇଯାଇଥିଲେ। ପ୍ରଥମେ ଅନୁମାନ ଲଗାଇ ଉତ୍ତର ଦେଇଥିଲେ- ସୀତା। ତାହା ପରେ କହିଥିଲେ- ରାମ। ଶେଷରେ ଦର୍ଶକଙ୍କଠାରୁ ଉତ୍ତର ଚାହିଁଥିଲେ। ତାଙ୍କର ‘ରାମାୟଣ’ ଜ୍ଞାନକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଥଟ୍ଟା-ପରିହାସର ସୁଅ ଚାଲିଛି। ଅଧିକ ଥଟ୍ଟାର କାରଣ, ତାଙ୍କ ଘର-ପରିବାରରେ ‘ରାମାୟଣ’ର ଏକାଧିକ ଚିହ୍ନ। ଯଥା- ତାଙ୍କ ପିତାଙ୍କ ନାମ-ଶତ୍ରୁଘ୍ନ। ପିତାଙ୍କ ବଡ଼ ଭାଇମାନଙ୍କ ନାମ- ରାମ, ଲକ୍ଷ୍ମଣ ଓ ଭରତ। ନିଜର ଦୁଇ ଭାଇଙ୍କ ନାମ- ଲବ ଓ କୁଶ। ପିତାଙ୍କ ବାସଭବନର ନାମ- ରାମାୟଣ। ‘ରାମାୟଣ’ ସହ ଏତେ ଏତେ ସ˚ପର୍କ ଥାଇ, ଏଥି ସ˚ପର୍କିତ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର