ନୱାଜଙ୍କୁ କ୍ଷମା ମାଗିବା ସହ ସବୁ ଭୁଲି ନୂଆ ଜୀବନ ଆରମ୍ଭ କରିବାକୁ କହିଲେ ଆଲିଆ

ମୁମ୍ବାଇ: କିଛି ମାସ ହେଲାଣି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତା ତାଙ୍କ ପତ୍ନୀଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ନୱାଜଙ୍କ ଉପରେ ତାଙ୍କ ପତ୍ନୀ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ। ଏମିତି କି ଘର କଳି କୋର୍ଟରେ ଯାଇ ପହଞ୍ଚିଥିଲା। କିନ୍ତୁ ବର୍ତ୍ତମାନ ଆଲିଆ ନୱାଜଙ୍କ ସହ ହୋଇଥିବା ସମସ୍ୟାର ସମାଧାନ କରିବାକୁ ଇଚ୍ଛ‌ାପ୍ରକାଶ କରିଥିବା ଦେଖାଯଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଆଲିଆ ଅଭିନେତାଙ୍କୁ କ୍ଷମା ମାଗିଛନ୍ତି। ଏହା ସହିତ ଆଲିଆ କହିଛନ୍ତି ଯେ ସେ ନୱାଜ ଏବଂ ତାଙ୍କ ପରିବାର ବିରୋଧରେ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିବେ।

ଆଲିଆ ସିଦ୍ଦିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ନୱାଜ, ଏହି ଚିଠିଟି ତୁମ ପାଇଁ, ମୁଁ ଅନେକ ସ୍ଥାନରେ ପଢ଼ିଛି ଯେ ଜୀବନ ଆଗକୁ ବଢ଼ିବାର ନାଁ ଅଟେ। ଗତ କିଛି ମାସ ମଧ୍ୟରେ ଆମ ମଧ୍ୟରେ କ’ଣ ଘଟିଛି ସେସବୁ ଭୁଲି ମୋ ଭଗବାନଙ୍କ ଉପରେ ବିଶ୍ୱାସ ରଖି ମୁଁ ମୋର ଭୁଲ ପାଇଁ କ୍ଷମା ମାଗିବା ସହ ତୁମର ଭୁଲଗୁଡ଼ିକୁ କ୍ଷମା କରୁଛି। ମୁଁ ଆଗକୁ ବଢ଼ିବା ସହ ଭବିଷ୍ୟତକୁ ଏକ ସଠିକ୍ ରୂପ ଦେବାକୁ ଚେଷ୍ଟା କରିବି। ଅତୀତରେ ଅଟକି ରହିବା କୌଣସି ଏକ ଚକ୍ରବ୍ୟୁହରେ ଫସି ରହିବାଠାରୁ କମ୍ ନୁହେଁ। ତେଣୁ, ଏହି ଅତୀତକୁ ଭୁଲି ଏଭଳି ଭୁଲର ପୁନରାବୃତ୍ତି ନକରିବାକୁ ପ୍ରତିଜ୍ଞା ନେଇ ଆମେ ପିଲାମାନଙ୍କର ଭବିଷ୍ୟତକୁ ଏକ ସୁବର୍ଣ୍ଣ ଆଲୋକରେ ଭରିବା ପାଇଁ ଶପଥ ନେଉଛୁ।

Nawazuddin Siddiqui
postsen

ତେବେ ଆଲିଆ ନିଜ ଇନଷ୍ଟାରେ ଏହି ପୋଷ୍ଟ କରିଥିବା ବେଳେ ଏବେ ତାକୁ ହଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର