ଧ୍ୟାନ ଶିଖିବାକୁ ନେପାଳ‌ରେ ଆମୀର ଖାନ୍, ପ୍ରସିଦ୍ଧ ବୁଦ୍ଧ ନୀଳକଣ୍ଠ ମନ୍ଦିର ନିକଟସ୍ଥ ବିପାସନା କେନ୍ଦ୍ରରେ ବିତାଇବେ ୧୧ ଦିନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। କିନ୍ତୁ ଆମୀରଙ୍କ ଶେଷ ଦୁଇଟି ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ ଓ ‘ଠଗସ୍ ଅଫ ହିନ୍ଦୋସ୍ତାନ’ ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ବର୍ତ୍ତମାନ ଆମୀର ଖାନ ଏକ ମେଡ଼ିଟେସନ କୋର୍ସ ପାଇଁ ନେପାଳରେ ଯାଇ ପହଞ୍ଚିଛନ୍ତି, ଯେଉଁଠାରେ ଆମୀର ବେଶ୍ କିଛି ଦିନ ଅବସ୍ଥାନ କରିବେ।

‘ଇ-ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ଆମୀର ଖାନ କିଛି ଦିନ ହେବ ନେପାଳରେ ପହଞ୍ଚିଛନ୍ତି। ଏହି ସୂଚନା ବିମାନବନ୍ଦର ଅଧିକାରୀ ପ୍ରଦାନ କରିଛନ୍ତି। କୁହାଯାଉଛି ଯେ ଆମୀର ଖାନ ନେପାଳର ରାଜଧାନୀ କାଠମାଣ୍ଡୁର ବୁଦ୍ଧ ନୀଳକଣ୍ଠ ମନ୍ଦିରରେ ଥିବା ବିପାସନା ଯୋଗ କେନ୍ଦ୍ରରେ ରହିବେ। ଆମୀର ଖାନ ନେପାଳରେ ୧୧ ଦିନ ଅବସ୍ଥାନ କରିବେ।

ତେବେ ସେ କାହିଁକି କାଠମାଣ୍ଡୁ ଯାଇଛନ୍ତି ତାହା  ଆଧିକାରୀକ ଭାବେ  ସ୍ପଷ୍ଟ କରାଯାଇ ପାରିନାହିଁ। ତେବେ ସେ  ଶାନ୍ତିରେ କିଛି ସମୟ ବିତାଇବାକୁ ନେପାଳ ଯାଇଥାଇ ପାରନ୍ତି ବୋଲି ସୂଚନା ରହିଛି। ବଲିଉଡ ବଏକଟ ଟ୍ରେଣ୍ଡ ହେତୁ ଆମୀରଙ୍କ ପୂର୍ବ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ ଫ୍ଲପ ହୋଇଥିଲା। ଏଥିସହ ତାଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ମଧ୍ୟ ବକ୍ସ ଅଫିସରେ ଭଲ କରିପାରି ନଥିଲା।

‘ଗଜନି’ ସିନେମାରେ ଅଭିନେତା ଆମୀର ଖାନଙ୍କ ଭୂମିକା ପୂରାପୂରି ନିଆରା ଥିଲା। ଏହି ସିନେମାରେ ଆମୀରଙ୍କ ଅଭିନୟକୁ ଆଜି ଯାଏଁ ଦର୍ଶକ ମନେ ରଖିଛନ୍ତି। ଶୁଣିବାକୁ ମିଳୁଛି ନିର୍ଦ୍ଦେଶକ ଅଲ୍ଲୁ ଅରବିନ୍ଦଙ୍କ ସହ ‘ଗଜନି-୨’ କରିବାକୁ ଆମୀର ଖାନ୍ ଚର୍ଚ୍ଚା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର