ଛାଡ଼ପତ୍ର ବାବଦରେ ଅଭିଷେକଙ୍କ ସ୍ପଷ୍ଟୋକ୍ତି

ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ‌ଯୋଡ଼ିକୁ ବଲିଉଡ୍‌ର ସୁନ୍ଦର ଯୋଡ଼ି ଭାବେ ବିବେଚନା କରାଯାଏ। ୨୦୦୭ରେ ବିବାହ କରିଥିବା ଏହି ଦୁଇ ତାରକାଙ୍କର ଆରାଧ୍ୟ ନାମରେ ଝିଅଟିଏ ମଧ୍ୟ ଅଛି। ହେଲେ ସୋସିଆଲ ମିଡିଆରେ ଏକ କାର୍ଯ୍ୟକ୍ରମରର ଭିଡିଓ ଭାଇରାଲ ହେବା ପରେ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଓ ଅଭିଷେକ ଐଶ୍ବର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏନେଇ ଅଭିଷେକ ଏକ ସାକ୍ଷାତକାରରେ କହିଛନ୍ତି, ସତ କ’ଣ ମୁଁ ଜାଣିଛି। ମୁଁ ଐଶ୍ବର୍ଯ୍ୟାଙ୍କୁ କେତେ ଭଲ ପାଏ ଏବଂ ଐଶ୍ବର୍ଯ୍ୟା ମତେ କେତେ ଭଲ ପାଆନ୍ତି ସେ ସମ୍ବନ୍ଧରେ ଆମେ ଉଭୟ ସଚେତନ ଅଛୁ। କୌଣସି ତୃତୀୟ ବ୍ୟକ୍ତି ଆମ ସମ୍ବନ୍ଧ ବାବଦରେ କହିବା ଆବଶ୍ୟକ ନାହିଁ। ଯଦି ଗଣମାଧ୍ୟମରେ କେହି ନିଜର ସୁବିଧା ପାଇଁ ଏଭଳି ଭ୍ରାନ୍ତ କଥା ପ୍ରଚାର କରୁଛି ସେମାନେ କରନ୍ତୁ।

ସମ୍ବନ୍ଧିତ ଖବର