ଅମିତାଭ କହିଲେ ନାଁ ଅକ୍ଷୟ ଏମିତି କରନାହିଁ, ଟୁଇଟ୍‌ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ନିକଟରେ ଗୋଆରେ ଆୟୋଜିତ ହୋଇଥିବା ଫିଲ୍ମ ଫେଷ୍ଟିଭାଲ୍‌ରେ ଅଫ୍‌ ଇଣ୍ଡିଆରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ‘ଇଣ୍ଡିୟାନ ଫିଲ୍ମ ପର୍ସନାଲିଟି ଅଫ୍‌ ଦ ଇୟର୍‌’ରେ ସମ୍ମାନିତ କରାଯାଇଛି। ସୋମବାର ସଂଧ୍ୟାରେ ଏହି ଉତ୍ସବରେ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଅଭିନେତା ଅକ୍ଷୟ କୁମାର। ତେବେ ସେଠାରେ ଏପରି କ’ଣ ଘଟିଥିଲା ଯେ ବିଗ୍‌ ବି ଟୁଇଟ୍‌ କରି କହିଲେ ନାଁ ଅକ୍ଷୟ ଏପରି କରନାହିଁ।

 

ବାସ୍ତବ କଥାଟି ହେଲା ବିଗ୍‌ ବିଙ୍କୁ ମଞ୍ଚ ଉପରେ ଦେଖିବା ପରେ ଅକ୍ଷୟ ତୁରନ୍ତ ନଇଁ ପଡ଼ିଥିଲେ ତାଙ୍କ ପାଦ ଛୁଇଁବା ପାଇଁ। ମାତ୍ର ଅମିତାଭ ତାଙ୍କୁ ଏପରି କରିବାକୁ ଦେଇ ନଥିଲେ। ସେ ଅକ୍ଷୟଙ୍କୁ ଅଧାରୁ ଅଟକାଇ ଦେଇ ଆଲିଙ୍ଗନ କରି ପକାଇଥିଲେ। ଆଲିଙ୍ଗନ କରି କହିପକାଇଥିଲେ ଯେ ନାଁ ଅକ୍ଷୟ ଏପରି କରନାହିଁ। ଏହାକୁ ସେ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବି ଦେଇଛନ୍ତି। ବିଗ୍‌ ବିଙ୍କ ଟୁଇଟ୍‌ରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ କିପରି ଅକ୍ଷୟ କୁମାର ତାଙ୍କ ପାଦ ଛୁଉଁଥିବା ସମୟରେ ଅଟକାଇ ଦେଇଛନ୍ତି ଅମିତାଭ।

ସମ୍ବନ୍ଧିତ ଖବର