ଏହି ସିନେମାରେ ବାପା ଅନୀଲ କପୁରଙ୍କ ସହ କାମ କରୁଛନ୍ତି ହର୍ଷବର୍ଦ୍ଧନ

ମୁମ୍ବାଇ: ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏବେ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଖ୍ୟାତ ନର୍ଦେଶକ ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ଫିଲ୍ମ ‘ମିର୍ଜିୟା’ ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ ହର୍ଷବର୍ଦ୍ଧନ। ଏହା କିନ୍ତୁ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ଏହାପରେ ହର୍ଷବର୍ଦ୍ଧନଙ୍କୁ ‘ଭାବେଶ ଜୋଶୀ’ରେ ଦେଖିବାକୁ ମିଳିଥିଲା।

ଏବେ ସେ ଯେଉଁ ନୂଆ ସିନେମାରେ କାମ କରୁଛନ୍ତି, ତାହା ୨୦୦୮ ବେଜିଂ ଅଲମ୍ପିକରେ ୧୦ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣପଦକ ଜିତିଥିବା ଭାରତୀୟ ତୀରନ୍ଦାଜ୍‌ ଅଭିନବ ବିନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିବେ ହର୍ଷବର୍ଦ୍ଧନ କପୁର। ସବୁଠାରୁ ବଡ଼ କଥା ହେଲା ଯେ ଏଥିରେ ପ୍ରଥମ ଥର ଲାଗି ଅନୀଲକପୁର ଏବଂ ତାଙ୍କ ପୁଅ ହର୍ଷବର୍ଦ୍ଧନଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ।

Harshvardhan, Anil Kapoor start shooting for Abhinav Bindra biopic
tribuneindia.com

ଅନୀଲ ଏ ବିଷୟରେ ନିଜର ଇନଷ୍ଟାଗ୍ରାମ୍  ଆକାଉଣ୍ଟରେ ଏହି ଫିଲ୍ମର ଷ୍ଟାରକାଷ୍ଟଙ୍କ ସହିତ ଉଠାଇଥିବା ଏକ ଫଟୋକୁ ସେଆର୍ କରିଛନ୍ତି, ଯେଉଁଥିରେ ଅନୀଲ ଓ ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଅଭିନବ ବିନ୍ଦ୍ରା ଅଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମର ସୁଟିଂ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିବା ନେଇ ଅନୀଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନୀଲ ଝିଅ ସୋନମଙ୍କ ସହିତ ଫିଲ୍ମ ‘ଏକ୍ ଲଡକୀ କୋ ଦେଖା ତୋ ଐସା ଲଗା’ରେ କାମ କରିଥିଲେ। ଏବେ ପୁଅ ହର୍ଷବର୍ଦ୍ଧନଙ୍କ ସହ କାମ କରୁଥିବାରୁ ଖୁବ୍ ଉତ୍ସାହିତ ଅଛନ୍ତି ପିତା ଅନୀଲ କପୁର।

ସମ୍ବନ୍ଧିତ ଖବର