ହୋଲିରେ ମୁକ୍ତିଲାଭ କରିବ ’ବଚ୍ଚନ ପାଣ୍ଡେ’

ପରଦା ଉପରେ ଦେଖିବା ପୂର୍ବରୁ ପ୍ରଶଂସକମାନେ ସିନେମାର ନାୟକ ଓ ନାୟିକା ଅକ୍ଷୟ କୁମାର ଓ କୃତି ସାନନ୍‌ଙ୍କୁ ମାସକ ଆଗରୁ ‘ବଚ୍ଚନ ପାଣ୍ଡେ’ର ଟ୍ରେଲର୍‌ ମାଧ୍ୟମରେ ଦେଖିବାକୁ ପାଇଲେଣି। ଶୁଣାଯାଉଛି ଏଥିରେ ଆକ୍ସନ୍, କମେଡି, ରୋମାନ୍ସ ଓ ଡ୍ରାମା; ସବୁପ୍ରକାର ମନୋରଂଜନ ରହିଛି। ସବୁଠୁ ବଡ଼କଥା ହେଉଛି ଏହି ଚଳଚ୍ଚିତ୍ର ତାରିଖକୁ ଗୁରୁତ୍ବ ଦେଉନାହିଁ ବରଂ ଏକ ବିଶେଷ ଉତ୍ସବ ଅବସରକୁ ଗୁରୁତ୍ବ ଦେଉଛି। ଅର୍ଥାତ୍ ‘ବଚ୍ଚନ ପାଣ୍ଡେ’ ହୋଲି ପର୍ବ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଅକ୍ଷୟ କୁମାର ଓ କୃତିଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅସଶଦ ବାରସୀ, ସ୍ନେହାଲ୍ ଦାବୀ, ପଙ୍କଜ ତ୍ରିପାଠୀ, ପ୍ରତୀକ ବବ୍ବର, ଅଭିମନ୍ୟୁ ସିଂହ ଏବଂ ଶରଶ କୁମାର ଶୁକ୍ଳା ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

‘ବଚ୍ଚନ ପାଣ୍ଡେ’ ଫିଲ୍ମର ପ୍ରଯୋଜନା କରିଛନ୍ତି ସାଜିଦ ନଦିଆୱାଲା। ‘ହିରୋପନ୍ତି’, ‘ଦିଲୱାଲେ’, ‘ରବତା’, ‘ବରେଲି କୀ ବର୍ଫି’, ‘ଲୁକା ଛୁପି’, ‘ହାଉସଫୁଲ୍-୪’, ‘ପାନିପତ’, ‘ମିମି’, ‘ହମ୍ ଦୋ ହମାରେ ଦୋ’ ପରି ଚଳଚ୍ଚିତ୍ରରେ ନାୟିକା ସାଜି ଅଭିନେତ୍ରୀ କୃତି ସାନନ୍‌ ପୂର୍ବରୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ବ୍ୟତୀତ ‘ସ୍ତ୍ରୀ’, ‘କଲଙ୍କ’ ଓ ‘ପତି ପତ୍ନୀ ଔର ଵ’ ଫିଲ୍ମରେ ସେ ଅତିଥି କଳକାର ଭାବେ ଅଭିନୟ କରି ବେଶ୍ ପ୍ରଶଂସିତ ହେଇଛନ୍ତି। ଆଗକୁ ତାଙ୍କୁ ‘ଆଦିପୁରୁଷ’, ‘ଶେହଜାଦା’, ‘ଭେଡିଆ’ ଓ ‘ଗଣପତ’ ଆଦିରେ ଦେଖିବାକୁ ମିଳିବ। ଆଗାମୀ ମାର୍ଚ୍ଚ ମାସ ୧୮ ତାରିଖରେ ‘ବଚ୍ଚନ ପାଣ୍ଡେ’ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର