ରାତିରେ ଶୋଇବା ପୂର୍ବରୁ କରିବା ଉଚିତ ଏହି ସବୁ ଆସନ : ଚୁଟ୍‌କିରେ ଦୂର ହେବ ନିଦ୍ରାହୀନତା ଓ ଅନ୍ୟାନ୍ୟ ସମସ୍ୟା

ଆଜିକାଲି ବ୍ୟସ୍ତବହୁଳ ରୁଟିନ୍ ହେତୁ ଲୋକଙ୍କ ପାଖରେ ନିଜ ପାଇଁ ସମୟ ଖୁବ୍ କମ୍‌। ଏହି ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଯଥେଷ୍ଟ ଅଧିକ। କାରଣ ସେମାନଙ୍କୁ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ମହିଳାମାନେ ଅନିଦ୍ରା, ମେଦବହୁଳତା ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରନ୍ତି। ତେଣୁ ଯଦି ଆପଣ ରାତିରେ ୧୦ରୁ ୧୫ ମିନିଟ୍ ବାହାର କରି ଏଠାରେ ଉଲ୍ଲେଖ କରାଯାଇଥିବା କିଛି ଆସନ (ଯୋଗ) କରନ୍ତି, ତେବେ ଆପଣ ଏହି ରୋଗଠାରୁ ଦୂରରେ ରହିବେ।

ଯଦି ଆପଣ ମାନସିକ ସ୍ତରରେ ବିଚଳିତ, ତେବେ ନିଶ୍ଚିତ ଭାବରେ ନିଦ୍ରା ଯୋଗ କରନ୍ତୁ। ଏହାକୁ ଶବାସନ ମଧ୍ୟ କୁହାଯାଏ। ଏହା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଏପରି ପରିସ୍ଥିତିରେ ଏହି ଆସନ କରିବା ଖୁବ୍ ଜରୁରୀ। ଏହି ଆସନ କରିବା ଖୁବ୍‌ ସହଜ ମଧ୍ୟ।

ଆପଣ ଭ୍ରମରି ଯୋଗାସନ ମଧ୍ୟ କରିପାରିବେ। ଏଥିରେ ଆପଣଙ୍କୁ ମହୁମାଛି ପରି ଶବ୍ଦ କରିବାକୁ ପଡିବ। ଏହା ଶରୀରରେ ସକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଶୋଇବାର ୧୦ ମିନିଟ୍ ପୂର୍ବରୁ ଏହି ଯୋଗ କରନ୍ତୁ। ଗଭୀର ନିଦ ପାଇବାରେ ଏହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

ଏହାବ୍ୟତୀତ ଆପଣ ବାଲାସାନା ମଧ୍ୟ କରିପାରିବେ। ଆପଣଙ୍କୁ ଫିଟ୍ ରଖିବା ପାଇଁ ଏହି ଆସନ ମଧ୍ୟ ସର୍ବୋତ୍ତମ। ଏହି ଆସନ କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ। ତେବେ ଆପଣ ଜାଣିଥିବେ ନିଶ୍ଚୟ ଯେ ଅନୁଲମ-ବିଲମ କରି ଆପଣଙ୍କ ଶରୀର ମଧ୍ୟ ଆରାମ ପାଇପାରିବ। ଏହା ଆପଣଙ୍କ ପେଟ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହେବ।

ସମ୍ବନ୍ଧିତ ଖବର