କାହା ସହ ରୋମାନ୍ସ କରିବାକୁ ଭଲ ପାଆନ୍ତି ଏହି ବଲିଉଡ ନାୟିକା

ମୁମ୍ବାଇ: ନିିକଟରେ ଜଣେ ନାୟିକା ନିଜର ଅନସ୍କ୍ରିନ୍‌ ରୋମାନ୍ସ ବିଷୟରେ କହିଛନ୍ତି। ଛୋଟ ପରଦାରୁ କ୍ୟାରିଅର୍‌ ଆରମ୍ଭ କରିଥିବା ବହୁ କଳାକାର ପରେ ବଡ଼ପରଦାରେ ପ୍ରବେଶ କରି ସଫଳତା ହାସଲ କରିଛନ୍ତି । ଏମାନଙ୍କ ଭିତରେ ଥିବା ଜଣେ ନାୟିକା ହେଲେ ପ୍ରାଚୀ ଦେଶାଇ । ପ୍ରାଚୀ ଦେଶାଇ ମାତ୍ର ୧୭ ବର୍ଷ ବୟସରେ ଲୋକପ୍ରିୟ ମେଗା ଧାରାବାହିକ ‘ କସମ୍‌ସେ’ରେ ଅଭିନୟ କରି ଅଭିନୟ ଜୀବନ ଆରମ୍ଭ କରିଥିଲେ । ପ୍ରଥମ ଟେଲି ସୋ’ରେ ହିଁ ଟେଲି ଦୁନିଆଁର ସୁପରଷ୍ଟାର୍‌ ବନିଯାଇଥିଲେ ସେ । ଏହାପରେ ପ୍ରାଚୀ ଆଉ ପଛକୁ ଫେରିନାହାନ୍ତି ।
ପ୍ରାଚୀ ଦେଶାଇ ପରେ ବଡ ପରଦାରେ ସକ୍ରିୟ ହୋଇଛନ୍ତି । ତାଙ୍କୁ ଇତିମଧ୍ୟରେ ‘ ଓ୍ଵାନସ୍‌ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ବୋଲ୍‌ ବଚ୍ଚନ, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ଲୋକପ୍ରିୟ ସିନେମାରେ ହିରୋଇନ୍‌ ଭାବେ ଦେଖିଛନ୍ତି ସିନେପ୍ରେମୀ ।
ତେବେ ଆପଣ ଜାଣନ୍ତି କି ସେ ଅଧିକାଂଶ ଫିଲ୍ମରେ ତାଙ୍କଠୁଁ ସିନିଅର ଆକ୍ଟରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ‘ଓ୍ଵାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ପ୍ରାଚୀ ବନିଥିଲେ ଇମ୍ରାନ୍‌ ହାସମୀଙ୍କ ନାୟିକା । ଠିକ୍‌ ସେହିପରି ‘ ବାଲ ବଚ୍ଚନ’ରେ ଅଭିଷେକ ବଚ୍ଚନ ଓ ‘ ରକ୍‌ ଅନ୍‌’ରେ ଫରହାନ୍‌ ଅଖତରଙ୍କ ସହ କାମ କରିଥଲେ ଏହି ବଲିଉଡ୍‌ ନାୟିକା । ଏ ସଂପର୍କରେ ତାଙ୍କୁ ପଚାରିଲେ ପ୍ରାଚୀ କହିଛନ୍ତିଯେ ତାଙ୍କୁ ବୟସ୍କ କଳାକାରଙ୍କ ସହ ରୋମାନ୍ସ କରିବାକୁ ଭଲ ଲାଗେ, କାରଣ ଏମାନଙ୍କ ପ୍ରେମ ଖୁବ୍‌ ମଜାଦାର ଅନୁଭୂତି ଆଣିଥାଏ ପରଦାରେ ।


ପ୍ରାଚୀ ଦେଶାଇ ସ୍କୁଲରେ ପଢୁଥିବା ବେଳେ ଶାହିଦ୍‌ କପୁରଙ୍କ ଦିଓ୍ଵାନା ହୋଇ ଯାଇଥିଲେ, ହେଲେ ଟେଲି ଆକ୍ଟ୍ରେସ୍‌ ହେବା ପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍‌ ରୋଶନ୍‌ । ରିତିକଙ୍କ ସହିତ ହିରୋଇନ୍‌ ହେବା ତାଙ୍କର ଏକ ସ୍ୱପ୍ନ ବୋଲି କହନ୍ତି ପ୍ରାଚୀ ଦେଶାଇ । ଦେଖାଯାଉ ତାଙ୍କର ଏହି ସ୍ୱପ୍ନ କେବେ ପୂରଣ ହେଉଛି ।

ସମ୍ବନ୍ଧିତ ଖବର