ନୟନତାରାଙ୍କ କାଷ୍ଟିଙ୍ଗ୍ କାଉଚ୍‌ ଅଭିଜ୍ଞତା

ଦକ୍ଷିଣ ଭାରତର ତାମିଲ, ତେଲୁଗୁ ଓ ମାଲୟାଲମ ଚଳଚ୍ଚିତ୍ର ଶିଳ୍ପରେ ଅଭିନେତ୍ରୀ ନୟନତାରାଙ୍କର ଏକପ୍ରକାର ରାଜୁତି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଦିନରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ହେଲେ ଦିନ ଥିଲା ଯେବେ ତାଙ୍କୁ ଘୃଣ୍ୟ କାଷ୍ଟିଙ୍ଗ୍ କାଉଚ୍ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଭିନୟ କ୍ୟାରିୟର ଆରମ୍ଭ କରିବା ସମୟରେ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନିର୍ଣ୍ଣାୟକ ଚରିତ୍ର ନିର୍ବାହ କରିବା ଲାଗି ତାଙ୍କୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ଏ ସୁଯୋଗ ପାଇବା ପାଇଁ ତାଙ୍କୁ ଯୌନ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଇଥିଲା।

କିନ୍ତୁ ନୟନତାରାଙ୍କର ନିଜ ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଥିଲା, ତେଣୁ ସେ ଏଭଳି ପ୍ରସ୍ତାବକୁ ରୋକ୍‌ଠୋକ୍ ଖାରଜ କରିଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଅଭିନୟ ଓ କଠିନ ପରିଶ୍ରମ ବଳରେ ପ୍ରତିଷ୍ଠିତ ହୋଇଥିଲେ। ଏବେ ସେ ଶାହରୁଖ ଖାଁଙ୍କ ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯଵାନ’ର ମୁକ୍ତିଲାଭ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହା ତାଙ୍କର ପ୍ରଥମ ବଲିଉଡ୍‌ ସିନେମା ହେବାକୁ ଯାଉଛି। ଏଥି ସହିତ ନୟନତାରାଙ୍କ ‘ଇରାଇଭାନ’ ଶୀର୍ଷକ ତାମିଲ ସିନେମା ମଧ୍ୟ ରିଲିଜ୍ ହେବାର ଅଛି। ଶେଷ ଥର ତାଙ୍କୁ ଚିରଞ୍ଜୀବୀଙ୍କ ‘ଗଡ୍‌ଫାଦର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର