ବିବାଦରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ: ନୃତ୍ୟଶିଳ୍ପୀ ଓ ପ୍ରଯୋଜକଙ୍କୁ ଠକିଥିବା ନେଇ ଲାଗିଲା ଅଭିଯୋଗ

ମୁମ୍ବାଇ : ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଚଳିତ ବର୍ଷ ଆରମ୍ଭରେ ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ମାମଲାକୁ ନେଇ ବିବାଦରେ ରହିଥିଲେ । କିନ୍ତୁ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଗଣେଶ । ଗତ ସପ୍ତାହରେ ଗଣେଶଙ୍କ ଉପରେ ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌ର ଜେନେରାଲ ସେକ୍ରେଟାରୀ ବି.ଏନ୍‌ ତିଓ୍ଵାରୀ ଗମ୍ଭୀର ଆରୋପ ଲଗାଇଥିଲେ । ଗଣେଶ ନୃତ୍ୟଶିଳ୍ପୀ ଓ ପ୍ରଯୋଜକମାନଙ୍କୁ ଠକୁଥିବା ନେଇ ବି.ଏନ୍‌ ତିଓ୍ଵାରୀ ଆରୋପ ଲଗାଇବା ପରେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣେଶ ଆଚାର୍ଯ୍ୟ ।

ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସେ କହିଛନ୍ତି କି, ମୁଁ କାହା ସହ କୌଣସି ପ୍ରକାରର ଠକେଇ କରି ନାହିଁ । ମୋ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ । ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ଟଙ୍କା ପାଇଁ କିଛି ଲୋକ ମୋତେ ବଦ୍‌ନାମ କରିବାକୁ ଚାହୁଁଛନ୍ତି । ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌ର ଜେନେରାଲ ସେକ୍ରେଟାରୀ ବି.ଏନ୍‌ ତିଓ୍ଵାରୀ ମୋ ଉପରେ ଭୁଲ ଆରୋପ ଲଗାଇଛନ୍ତି । ମୁଁ ଏହି ମାମଲାକୁ ନେଇ ପୁଲିସରେ ଅଭିଯୋଗ କରି ସାରିଛି ବୋଲି କହିଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ।

NBT
navbharattimes.indiatimes.com

ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌ର ଜେନେରାଲ ସେକ୍ରେଟାରୀ ବି.ଏନ୍‌ ତିଓ୍ଵାରୀ ଲଗାଇଥିବା ଆରୋପ ଅନୁଯାୟୀ, ଫିଲ୍ମ ନିର୍ମାତାଙ୍କଠାରୁ ନିଜ ସହ କାମ କରୁଥିବା ନୃତ୍ୟଶିଳ୍ପୀଙ୍କ ନାଁରେ ପୂରା ଟଙ୍କା ନେଉଥିବା ବେଳେ ନୃତ୍ୟଶିଳ୍ପୀଙ୍କୁ କେବଳ ୫୦ପ୍ରତିଶତ ଦେଇଥାନ୍ତି । ଗଣେଶ ଆଚାର୍ଯ୍ୟଙ୍କ ନାଁ ପ୍ରାୟ ସବୁଦିନ ଏ ନେଇ ଅଭିଯୋଗ ଆସୁଛି ।

ସମ୍ବନ୍ଧିତ ଖବର