ଯୌନ ଶୋଷଣର ଅଭିଯୋଗ ଲାଗିଥିବା କୌଣସି କଳାକାର ସହ ମୁଁ କାମ କରିବି ନାହିଁ : ଦୀପିକା ପାଦୁକୋନ୍‌

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଦୀପିକା ପାଦୁକୋନଙ୍କ ନାଁ ଅନ୍ୟତମ । କୌଣସି ଗଡ୍‌ଫାଦର ନଥାଇ ମଧ୍ୟ ସେ ଆଜି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ପୂର୍ବରୁ ସେ ନିଜର ଅବସାଦ ବିଷୟରେ ଖୋଲା ଖୋଲି ଭାବରେ କଥା ହୋଇ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ । ଏବେ ତାଙ୍କର ଆଉ ଏକ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Image result for deepika padukone
The Economic Times

ସୂଚନା ମୁତାବକ, କିଛି ଦିନ ତଳେ ଦୀପିକା ଓ ରଣବୀର କପୁରଙ୍କୁ ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଅଫିସ ବାହାରେ ଦେଖାଯାଇଥିଲା । ଯାହା ପରେ ଦୁହେଁ ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଚର୍ଚ୍ଚା ଜୋର ଧରିବାରୁ ଟୁଇଟ୍‌ରରେ ଦୀପିକାଙ୍କ ପ୍ରଶଂସକ #NotMyDeepika ଅଭିଯାନ ଆରମ୍ଭ କରିଥିଲେ । ତେବେ ଏ ନେଇ ଦୀପିକାଙ୍କୁ ପଚରାଯିବା ପରେ ସେ କୌଣସି ଯୌନ ଶୋଷଣର ଅଭିଯୋଗ ଲାଗିଥିବା କଳାକାର ବା ନିର୍ଦ୍ଦେଶକଙ୍କ ସହ କାମ କରିବେ ନାହିଁ ବୋଲି କହିଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି ।

ସମ୍ବନ୍ଧିତ ଖବର