ଜାଣନ୍ତୁ ଗୋଟେ ଇନଷ୍ଟା ପୋଷ୍ଟ କରିବା ପାଇଁ କେତେ କୋଟି ଟଙ୍କା ନିଅନ୍ତି ଏହି ବଲିଉଡ୍ ଷ୍ଟାର?

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ଫିଲ୍ମ ସହ ସୋସିଆଲ ମିଡିଆରେ କରୁଥିବା ନିଜ ପୋଷ୍ଟ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ଆଜି ଆମେ ବଲିଉଡର ସେହି ସବୁ କଳାକାର ଓ ସୋସିଆଲ ମିଡିଆ ପୋଷ୍ଟରୁ ସେମାନେ କରୁଥିବା ଆୟ ବିଷୟରେ ଜଣାଇବୁ।

୧.ପ୍ରଥମେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ବିଷୟରେ ଆଲୋଚନା କରିବା। ବିଗ୍ ବି ଗୋଟେ ଇନଷ୍ଟା ପୋଷ୍ଟ ପାଇଁ ୪୦-୫୦ଲକ୍ଷ ଟଙ୍କା ଦେୟ ନେଇ ଥାଆନ୍ତି ବୋଲି ଜଣାପଡ଼ିଛି। ଇନଷ୍ଟା ସହ ସେ ଟୁଇଟରରେ ମଧ୍ୟ ଅଧିକ ସକ୍ରିୟ। ଟୁଇଟ୍ ଜରିଆରେ ସେ ଅନେକ ମଜା କଥା ଓ କବିତା ସେୟାର କରିଥାନ୍ତି।

1 इंस्टा पोस्ट के करोड़ों चार्ज करती हैं प्र‍ियंका, जानें कितना लेते हैं अमिताभ-SRK

୨.ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଇନଷ୍ଟାରେ ଗୋଟେ ପୋଷ୍ଟ ପାଇଁ ୧କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ଆଲିଆ ଇନଷ୍ଟା ସହ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଖୋଲିଛନ୍ତି।। ଯାହା ଜରିିଆରେ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି।

1 इंस्टा पोस्ट के करोड़ों चार्ज करती हैं प्र‍ियंका, जानें कितना लेते हैं अमिताभ-SRK

୩. ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁ ନଥିଲେ ମଧ୍ୟ କିିଙ୍ଗ୍ ଖାନ୍ ଶାହାରୁଖ୍ ଇନଷ୍ଟାର ପ୍ରତି ପୋଷ୍ଟ ପାଇଁ ୮୦ଲକ୍ଷରୁ ୧କୋଟି ଟଙ୍କା ଚାର୍ଜ କରିଥାନ୍ତି।

1 इंस्टा पोस्ट के करोड़ों चार्ज करती हैं प्र‍ियंका, जानें कितना लेते हैं अमिताभ-SRK

୪. ଫିଲ୍ମ କବୀର ସିଂହ ପରେ ପରେ ଅଭିନେତା ଶାହିଦ୍ କପୁରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ବଡ଼ ବଡ଼ ଫିଲ୍ମ ନିର୍ମାତାଙ୍କର ସେ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଲୋକପ୍ରିୟତା ବଢ଼ିଛି। ଏବେ ସେ ଗୋଟେ ଇନଷ୍ଟା ପୋଷ୍ଟ ପାଇଁ ୨୦-୩୦ଲକ୍ଷ ଟଙ୍କା ନେଉଛନ୍ତି ବୋଲି ଜଣାପଡ଼ିଛି।

1 इंस्टा पोस्ट के करोड़ों चार्ज करती हैं प्र‍ियंका, जानें कितना लेते हैं अमिताभ-SRK

୫. ଫିଲ୍ମଠାରୁ ଦୂରରେ ରହୁଥିଲେ ମଧ୍ୟ ବିଭିନ୍ନ ରିୟାଲିଟି ସୋ’ ମାଧ୍ୟମରେ ଅଭିନେତ୍ରୀ ନେହା ଧୂପିଆ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିଛନ୍ତି। ଏ ନେଇ ଗୋଟେ ଇନଷ୍ଟା ପୋଷ୍ଟ ପାଇଁ ତାଙ୍କୁ ୧.୫ଲକ୍ଷ ଟଙ୍କା ମିଳୁଛି।

1 इंस्टा पोस्ट के करोड़ों चार्ज करती हैं प्र‍ियंका, जानें कितना लेते हैं अमिताभ-SRK

ସମ୍ବନ୍ଧିତ ଖବର