ଚାଲିଯିବାର ଏତେ ଦିନ ପ‌ରେ ଯେବେ ପୁଅର ସ୍ବପ୍ନରେ ଆସନ୍ତି ବାପା ଇର୍ଫାନ ଖାନ୍‌…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍ଫାନ ଖାନଙ୍କ ମୃତ୍ୟୁକୁ ୟା ମଧ୍ୟରେ ଅନେକ ମାସ ବିତିଗଲାଣି। ବାପାଙ୍କ ମୃତ୍ୟୁ ପରେ ଆଜି ଯାଏ ଝୁରି ହେଉଥିବା ଇର୍ଫାନଙ୍କ ପୁଅ ବାବିଲ୍‌ ଅନେକ ସମୟରେ ବାପାଙ୍କୁ ମନେ ପକାଇ ସୋସିଆଲ୍‌ ମିଡିଆରେ ତାଙ୍କୁ ନେଇ କିଛି ପୋଷ୍ଟ୍‌ କରିବାର ଦେଖିବାକୁ ମିଳିଥାନ୍ତି।

କେବେ କେବେ ବାବିଲ୍‌ ବାପାଙ୍କ ପାଇଁ ଭାବପ୍ରବଣ ନୋଟ୍‌ ଲେଖିଥାନ୍ତି ତ ପୁଣି କେବେ ଇର୍ଫାନଙ୍କ କିଛି ଅଦେଖା ଫଟୋକୁ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଗୁଡ଼ିକରେ ସେୟାର୍‌ କରିଥାନ୍ତି।

 

 

View this post on Instagram

 

A post shared by Babil (@babil.i.k)

ନିକଟରେ ସେ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ନିହାତି ଏକ ଭାବପ୍ରବଣ ପୋଷ୍ଟ୍‌ କରିଛନ୍ତି । ସେଥିରେ ସେ ବାପା ଇର୍ଫାନଙ୍କୁ ନିକଟରେ ତାଙ୍କ ସ୍ବପ୍ନରେ ଦେଖିଛନ୍ତି ବୋଲି କହିଛନ୍ତି।

ସେ ଲେଖିଛନ୍ତି କି ସ୍ବପ୍ନରେ ତାଙ୍କ ବାପା ତାଙ୍କୁ କୁଣ୍ଢାଇ ଧରିଥି‌ଲେ ଓ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯିବେ ବୋଲି କହୁଥିଲେ। ବାବିଲ୍‌ ସେତେବେଳେ ବାପାଙ୍କ କଥା ଶୁଣି କିଛି ବୁଝିପାରୁନଥିଲେ। ପରେ ଏକ ଚଳଚ୍ଚିତ୍ର ଅଫର୍‌ ପାଇଁ ଫୋନ୍‌ ବାଜିବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ପୁଣି ଥରେ କହିଛନ୍ତି କି ‘ତୁମ ବିନା ଏସବୁର କିଛି ମାନେ ନାହିଁ ବାବା। ମୁଁ ବରଂ ସ୍ବପ୍ନ ଦେଖିବାକୁ ପସନ୍ଦ କରିବି।’

ସମ୍ବନ୍ଧିତ ଖବର