ଭାରତ ବ୍ୟାପାର ବନ୍ଦ: ଜିଏସ୍‌ଟି ଓ ଇନ୍ଧନ ଦର ବୃଦ୍ଧି ବିରୋଧରେ ବ୍ୟବସାୟୀ, ପରିବହନକାରୀ ଓ କୃଷକ ସଙ୍ଗଠନର ପ୍ରତିବାଦ

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ସଙ୍ଗଠନ ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’ର (ସିଏଆଇଟି) ଆହ୍ଵାନକ୍ରମେ ଆଜି ସମଗ୍ର ଦେଶରେ ବିଭିନ୍ନ ବ୍ୟବସାୟୀ, ପରିବହନକାରୀ ଓ କୃଷକ ସଙ୍ଗଠନ ଜିଏସ୍‌ଟି, ଇନ୍ଧନ ଦର ବୃଦ୍ଧି ଓ ଇ-େଓ୍ଵବିଲ୍‌ ବିରୋଧରେ ପ୍ରତିବାଦପୂର୍ବକ ବନ୍ଦ ପାଳନ କରିଛନ୍ତି।

ଏକ ବିବୃତିରେ ‘ସିଏଆଇଟି’ କହିଛି ଯେ, ସମଗ୍ର ଦେଶର ପ୍ରାୟ ୪୦, ୦୦୦ ବାଣିଜ୍ୟ ସଂଘର ୮ କୋଟିରୁ ଅଧିକ ବ୍ୟବସାୟୀ ‘ଭାରତ ବ୍ୟାପାର ବନ୍ଦ୍‌’ ପାଳନ କରୁଛନ୍ତି। ସେଥିଲାଗି ଦେଶର ପ୍ରାୟ ୧୫୦୦ ସ୍ଥାନରେ ବ୍ୟବସାୟୀମାନେ ଧାରଣା ଦେଉଛନ୍ତି।

Image Courtesy of The Times of India

ସେହିଭଳି, ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇ ଆଜି ପ୍ରାୟ ୪୦ ଲକ୍ଷ ଟ୍ରକ୍‌ ରାସ୍ତାରେ ଚଳାଚଳ କରୁ ନାହିଁ ବୋଲି ଜଣାପଡ଼ିଛି।
‘ଭାରତ ବନ୍ଦ୍‌’ରେ ଶାନ୍ତିପୂର୍ଣ୍ଣ ଭାବେ ଭାଗ ନେବାକୁ ଏହି ପ୍ରତିବାଦର ଅନ୍ୟତମ ଅଂଶଗ୍ରହଣକାରୀ ସଂଯୁକ୍ତ କିଷାନ୍‌ ମୋର୍ଚା କୃଷକମାନଙ୍କୁ ନିବେଦନ କରିଛି।

ଏହି ଦେଶବ୍ୟାପୀ ବନ୍ଦ ଡାକରାରେ ଯୋଗ ଦେବା ସଂକ୍ରାନ୍ତରେ ବ୍ୟବସାୟୀ ସଂଘମାନଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଥିବାରୁ ଆଜିର ‘ଭାରତ ବ୍ୟାପାର ବନ୍ଦ’ ମିଶ୍ରିତ ଫଳାଫଳ ଆଣିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର