କଜରା ମୋହବତ

ଚଳିତ ବର୍ଷ ଫେବ୍ରୁଆରି ୨୭ରେ ପ୍ରିମିୟର୍ ହେଇଥିବା ଲୋକପ୍ରିୟ ନୃତ୍ୟଭିତ୍ତିକ ରିଅଲିଟି ସୋ’ ‘ଡ୍ୟାନ୍ସ ଦିୱାନେ’ର ସିଜିନ୍-୩ର ଚୂଡ଼ାନ୍ତ ଏପିସୋଡ୍ ଅଗଷ୍ଟ ମାସରେ ଦେଖିବାକୁ ମିଳିବ। ରାଘବ ଜୁୟଲ୍ ହୋଷ୍ଟ କରୁଥିବା ଏଇ ସୋ’ର ବିଚାରକ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ କୋରିଓଗ୍ରାଫର୍‌ ରେମୋ ଡିସ୍ୟୁଜା। ଏହି ସୋ’ର ସବୁଠୁ ମଜାଦାର ମୁହୂର୍ତ୍ତର ଭିଡିଓ ଉପସ୍ଥାପକ ରାଘବ ଜୁଏଲ୍, ବିଚାରକ ତୁଷ‌ାର କାଲିଆ ଓ ଧର୍ମେଶ କାଲାନ୍ଦେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ମାଧୁରୀ ମଧ୍ୟ ଏହାକୁ ସେୟାର କରିଛନ୍ତି। ତୁଷାର ଓ ଧମେର୍ଶଙ୍କ ସହ ମାଧୁରୀ ବଲିଉଡ୍‌ର ଏକ ଠୁମକା ଗୀତରେ ଏମିତି ନୃତ୍ୟ ପ୍ରଦର୍ଶନ କରିଛନ୍ତି ଯେ ଦର୍ଶକ ଦେଖିଲେ ଆଖି ଝଲସିଯିବ। ଗୀତଟିର ଶୀର୍ଷକ ରହିଛି ‘କଜରା ମୋହବତ’।

ସମ୍ବନ୍ଧିତ ଖବର