‘ବିଲକିସ ବାନୋ’ ମାମଲା ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି କଙ୍ଗନା ରାଣାୱତ୍‌

ମୁମ୍ବାଇ: କଙ୍ଗନା ରାଣାୱତ୍‌ ନିଜ ଅଭିନୟ ସହିତ ନିଜର ସ୍ପଷ୍ଟବାଦୀ କଥାବାର୍ତ୍ତା ପାଇଁ ଖୁବ୍ ଜଣାଶୁଣା। ନିକଟରେ ସୁପ୍ରିମକୋର୍ଟ ‘ବିଲକିସ୍ ବାନୋ’ ମାମଲାରେ ରାୟ ଶୁଣାଇଛନ୍ତି। ଏବେ କଙ୍ଗନା ରାଣାୱତ୍‌ ସେହି ରାୟ ପରେ ନିଜର ଇଛା ପ୍ରକଟ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଏହି ପୂରା ପ୍ରସଂଗ ଉପରେ ସେ ସିନେମା କରିବାକୁ ଚାହାନ୍ତି।

ଟ୍ୟୁଟର( ଏବେ ଏକ୍ସ )ରେ ଜଣେ ବ୍ୟବହାରକାରୀ କଙ୍ଗନା ରାଣାୱତ୍‌ଙ୍କୁ କହିଥିଲେ ଯେ ‘‘ନାରୀ ସଶକ୍ତିକରଣକୁ ନେଇ ଆପଣଙ୍କ ଉତ୍ସାହ ପ୍ରୋତ୍ସାହନ ଯୋଗ୍ୟ । କ’ଣ ଆପଣ ଏକ ଶକ୍ତିଶାଳୀ ଫିଲ୍ମ ଜରିଆରେ ‘ବିଲକିସ୍ ବାନୋ’ଙ୍କ କାହାଣୀ ଲୋକଙ୍କୁ ଜଣାଇବାକୁ ଆଗ୍ରହୀ ଅଟନ୍ତି ? କ’ଣ ଆପଣ ବିଲକିସ୍ ବାନୋ , ନାରୀବାଦ କିମ୍ବା ମାନବିକତାକୁ ଆଖି ଆଗରେ ରଖି ଏପରି କରିପାରିବେ ?’’

ବ୍ୟବହାରକାରୀଙ୍କ ଏପରି ପ୍ରଶ୍ନର ଉତ୍ତରରେ କଙ୍ଗନା କହିଛନ୍ତି ଯେ ବିଲକିସ୍ ବାନୋଙ୍କ ଉପରେ ସେ ଫିଲ୍ମ କରିବାକୁ ଚାହୁଁଛନ୍ତି। ତାଙ୍କ କହିବା ଅନୁସାରେ ଦୀର୍ଘ ଦିନରୁ ସେ ଏଭଳି ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ଗତ ତିନି ବର୍ଷରୁ ସେ ଏହି ବିଷୟରେ ତଦନ୍ତ କରିବା ସହ ଓ ଏହା ଉପରେ କାମ ମଧ୍ୟ କରୁଛନ୍ତି। କଙ୍ଗନାଙ୍କ କହିବା କଥା ହେଲା କୌଣସି ଟପ୍ ଷ୍ଟୁଡିଓ ଓ ଭଲ ଓଟିଟି ପ୍ଲାଟଫର୍ମର ସପୋର୍ଟ ନମିଳିବାରୁ ସେ ଏହି ଫିଲ୍ମ ତିଆରି କରିପାରୁ ନାହାନ୍ତି।

କଙ୍ଗନା ଟ୍ୟୁଟ୍ କରି କହିଛନ୍ତି ‘ମୁଁ ସେ କାହାଣୀ ବନେଇବାକୁ ଚାହୁଁଛି । ମୋ ପାଖରେ ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ଅଛି । ମୁଁ ଏହା ଉପରେ ତିନି ବର୍ଷ ହେଲା ତଦନ୍ତ କରିବା ସହ କାମ ମଧ୍ୟ କରିଛି। କିନ୍ତୁ ନେଟଫ୍ଲିକ୍ସ , ଆମାଜନ୍ ପ୍ରାଇମ ଭିଡିଓ ଓ ଅନ୍ୟ ଷ୍ଟୁଡିଓଙ୍କ ଗାଇଡ୍ଲାଇଲାଇନ୍ସ ହିସାବରେ ସେମାନେ ଏଭଳିି ରାଜନୀତି ସହ ଜଡିତ ଫିଲ୍ମ କରନ୍ତି ନାହିଁ ।’ ସେ ଜିଓ ସିନେମାକୁ ନେଇ କହିଛନ୍ତି ଯେ କଙ୍ଗନା ବିଜେପି ସରକାରଙ୍କୁ ସମର୍ଥନ କରୁଥିବାରୁ ଜିଓ ସିନେମା ତାଙ୍କ ସହ କାମ କରିବାକୁ ଚାହୁଁନାହିଁ।

ସମ୍ବନ୍ଧିତ ଖବର