୩୦ବର୍ଷ ପରେ କଙ୍ଗନାଙ୍କ ଜୀବନରେ ଏହି ଖାସ୍‌ ପରିବର୍ତ୍ତନ ଆସିବ ବୋଲି କହିଥିଲେ ଜ୍ୟୋତିଷ, ଏବେ ତାହା ସତ ହେଉଥିବା କହିଲେ କଙ୍ଗନା

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବଂ ଅଭିନେତା ରାଜକୁମାର ରାଓଙ୍କ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସୁକ ତାହା ଦେଖିବାକୁ ମିଳିଛି । ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । ତେବେ ଟ୍ରେଲର ଲଞ୍ଚ ସମୟରେ କଙ୍ଗନା ଜଣେ ଜ୍ୟୋତିଷ  ,ତାଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ବିଷୟରେ ଜଣାଇଥିଲେ ।

aajtak.intoday.in

ମୁଁ ପୂର୍ବ ଅପେକ୍ଷା ଅଧିକ ଶାନ୍ତ ହୋଇ ଗଲାଣି । ମୋ ମାଁଙ୍କୁ ଜଣେ ଜ୍ୟୋତିଷ କହିଥିଲେ କି, ମୁଁ ୩୦ବର୍ଷ ପରେ ଆପେ ଆପେ ଶାନ୍ତ ହୋଇଯିବି । ଯାହା ଏବେ ହେବାରେ ଲାଗିଛି । ମୁଁ ଏବେ ଶାନ୍ତ ରହିବା ଆରମ୍ଭ କରିଛି ବୋଲି କହିଥିଲେ କଙ୍ଗନା । ଏହା ସହ ବଲିଉଡ୍‌କୁ ସମାଲୋଚନା କରିବାକୁ ଭୁଲି ନଥିଲେ କଙ୍ଗନା । ଯଦି କୌଣସି ଜିନିଷ ମୋର ହୋଇଥାଏ ତେବେ ଅନେକ ଲୋକଙ୍କର ଅନେକ ସମସ୍ୟା ହୋଇଥାଏ । ଯେହେତୁ ବଲିଉଡ୍‌ରେ ଆମର କେହି ଗଡ୍‌ଫାଦର ନାହାନ୍ତି, ସେଥିପାଇଁ ଆମେ ନିଶ୍ୱାସ ନେଲେ ମଧ୍ୟ କିଛି ଲୋକଙ୍କୁ ଅସୁବିଧା ହୋଇଥାଏ କଙ୍ଗନା କହିଥିଲେ ।

ସମ୍ବନ୍ଧିତ ଖବର