କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଘରୋଇ ସଙ୍ଗରୋଧରେ ରହିଲେ ମଲାଇକା ଅରୋରା

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ (କୋଭିଡ-୧୯) ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି କରୋନା ମହାମାରୀର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏହି କ୍ରମରେ ଖବର ଆସିଛି କି, ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜକୁ ଘରୋଇ ସଙ୍ଗରୋଧରେ ରଖିଛନ୍ତି। କାରଣ ମଲାଇକାଙ୍କ ପଡ଼ିଶା ଘରୁ ଜଣେ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ଏହାପରେ ପୂରା ବିଲଡିଂକୁ ସିଲ୍‌ କରି ଦିଆଯାଇଛି। ମଲାଇକାଙ୍କ ସହିତ ଘରୋଇ ସଙ୍ଗରୋଧରେ ତାଙ୍କ ପୁଅ ଅରହାନ୍‌ ବି ରହିଛନ୍ତି।

मलाइका अरोड़ा ने खुद को किया सेल्फ ...

ପ୍ରକାଶିତ ରିପୋର୍ଟ ମୁତାବକ, ମୁମ୍ବାଇର ବାନ୍ଦ୍ରାସ୍ଥିତ ମଲାଇକା ଅରୋରାଙ୍କ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଥିବା ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବା ସହ ସେ ରହୁଥିବା ବିଲଡିଂକୁ ଜୁନ୍‌ ୮ ତାରିଖରେ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଯାଇଥିଲା। ଏଥିସହିତ ମଲାଇକା ଯେଉଁଠାରେ ରହୁଛନ୍ତି ଉକ୍ତ ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା କରି ଦିଆଯାଇଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ବଲିଉଡ୍‌ ସେଲିବ୍ରିଟି ଜାହ୍ନବୀ କପୁର ଓ କରଣ ଜୋହରଙ୍କ ଘରେ କାମ କରୁଥିବା ସଦସ୍ୟଙ୍କ ଶରୀରରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।

10 new positive coronavirus cases in Mumbai region, Maharashtra ...

ମଲାଇକା ଅରୋରା ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାଆନ୍ତି। ସେ ତାଙ୍କର ଯୋଗର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଆସିଛନ୍ତି। ଏଥିସହିତ ମଲାଇକା ସୋସିଆଲ ମିଡିଆ ଜରିଆରେ ନିଜର ଫ୍ୟାନମାନଙ୍କୁ ଏଭଳି ଅସୁବିଧା ସମୟରେ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର