ମାନୁଷୀଙ୍କ ନଗଡ଼ା ଗୀତର ନୃତ୍ୟ ଭିଡିଓ ଭାଇରାଲ

ମିସ ୱାର୍ଲଡ ମୁକୁଟ ଜିଣିବା ପରେ ଗତକାଲି ରାତିରେ ସ୍ୱଦେଶ ଫେରି ଆସିଛନ୍ତି ହରିୟାଣା ସୁନ୍ଦରୀ ମାନୁଷୀ ଚିଲ୍ଲର। ତାଙ୍କୁ ମୁମ୍ବାଇର ବିମାନ ବନ୍ଦରରେ ପ୍ରଶଂସକ ଓ ଅଗଣିତ ଜନତା ସ୍ୱାଗତ କରିଥିଲେ। ମାନୁଷୀ ଆସିବାର ଘଂଟାକ ଆଗରୁ ତାଙ୍କ ପ୍ରଶଂସକମାନେ ପୋଷ୍ଟର ବ୍ୟାନର ଧରି ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିଲେ। ମିସ ଦିଓ୍ଵା ୨୦୧୭ର ରନର୍ସଅପ୍‌ ଅପେକ୍ଷା ପୋଖାଲ, ଫେମିନା ମିସ ଇଣ୍ଡିଆର ଫାଷ୍ଟ ରନର୍ସଅପ୍‌ ସନା ଦୁଆ ଏବଂ ସେକେଣ୍ଡ ରନର୍ସ ଅଫ ପ୍ରିୟଙ୍କା କୁମାରୀ ମଧ୍ୟ ଏୟାରପୋର୍ଟରେ ମାନୁଷୀଙ୍କୁ ସ୍ୱାଗତ କରିଥିଲେ। ହରିୟାଣା ଏକ ମଧ୍ୟବିତ ପରିବାରରୁ ଆସିଥିବା ମାନୁଷୀ ଚିଲ୍ଲର ବିଶ୍ୱର ୧୧୭ ସୁନ୍ଦରୀଙ୍କୁ ପଛରେ ପକାଇ ମିସ ୱାର୍ଲଡ ମୁକୁଟ ହାସଲ କରି ଭାରତର ଗୌରବ ବଢ଼ାଇଛନ୍ତି।

ସେହିପରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ମାନୁଷୀ ଚିଲ୍ଲର। ଗତ ସପ୍ତାହରେ ମିସ ୱାର୍ଲଡ ହେବା ପରେ କଂଗ୍ରେସ ନେତା ଶଶୀ ଥରରୁଙ୍କ ବିବାଦୀୟ ଟୁଇଟକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏଥର କୌଣସି ବିବାଦକୁ ନେଇ ନୁହେଁ ଏଥର ତାଙ୍କ ଡ୍ୟାନ୍‌ସ ଧମାକାକୁ ନେଇ ସବୁଠି ଚର୍ଚ୍ଚା। ତେବେ ମିସ ୱାର୍ଲଡ ପ୍ରତିଯୋଗୀତାରେ ମାନୁଷୀ ଚିଲ୍ଲର ନୃତ୍ୟ କରିଥିବା ଭିଡିଓ ଏବେ ଭାଇରାଲ ହେଉଛି। ଦୀପିକା ଅଭିନୀତ ରାମ ଲୀଲା ଫିଲ୍ମର ନାଗାଡା ଗୀତରେ ନୃତ୍ୟ କରିଥିଲେ। ଇଂଟରଡ୍ୟୁସ ରାଉଣ୍ଡରେ ପଫର୍ମ କରିବାକୁ ମାନୁଷୀ ବାଛିଥିଲେ ଦୀପିକାଙ୍କ ନାଗାଡା ଗୀତକୁ। ଏହି ରାଉଣ୍ଡରେ ସବୁ ପ୍ରତିଯୋଗୀ ନିଜ ଦେଶର ଗୀତରେ ନୃତ୍ୟ କରିବା ସର୍ତ ରହିଥିଲା। ୟୁଟ୍ୟୁବରେ ମାନୁଷୀଙ୍କ ନୃତ୍ୟକୁ ୧.୨ ମିଲିୟନ ଦର୍ଶକ ଦେଖିଥିବା ଜଣାପଡିଛି। ଗତ ସପ୍ତାହରେ ମାନୁଷୀ ମିସ୍‌ ୱାର୍ଲଡ ମୁକୁଟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର