ମୁମ୍ବାଇ: ଯେତେବେଳେ ପ୍ରଶଂସକମାନେ ନିଜର ପ୍ରିୟ ଷ୍ଟାର୍ ଓ ତାଙ୍କ ପରିବାର ପାଇଁ କିଛି କରନ୍ତି ଏହା ଜଣାଶୁଣା କଥା ଯେ ସେ କାର୍ଯ୍ୟ ପଛରେ ସ୍ନେହ ଓ ସମ୍ମାନ ଲୁଚି ରହିଥାଏ। ମାତ୍ର ବେଳେ ବେଳେ ସେମାନେ ଚିନ୍ତା କରିପାରନ୍ତି ନାହିଁ ଯେ ସେମାନେ ଆଉ ଅଯଥାରେ ଅର୍ଥ ବ୍ୟୟ କରୁନାହାନ୍ତି ତ!
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ତ ଜାଣିଥିବେ ନିଶ୍ଚୟ ଯେ ନିକଟରେ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ୍ ଦ୍ୱିତୀୟ ଥର ପାଇଁ ବାପାମାଆ ବନିଛନ୍ତି। ତାଙ୍କର ସେପ୍ଟେମ୍ବର ୫ ତାରିଖରେ ଏକ ପୁତ୍ର ଜନ୍ମଲାଭ କରିଛି। ସେହି ପୁତ୍ରର ନାମ ସେମାନେ ରଖିଛନ୍ତି ଜୈନ୍ କପୁର୍।
ଜୈନ୍ଙ୍କ ପାଇଁ ସାହିଦଙ୍କ ପ୍ରଶଂସକମାନେ ବିଭିନ୍ନ ଉପହାର ସବୁ ପଠାଇବାରେ ଲାଗିଛନ୍ତି। ଅବଶ୍ୟ ଫ୍ୟାନ୍ମାନଙ୍କର ଏହି ଉପହାର ପ୍ରେରଣ ଚିନ୍ତଧାରା ପାଇଁ ସାହିଦଙ୍କ ପତ୍ନୀ ମୀରା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ମାତ୍ର ସେ ଏହି ଉପହାର ପଠାଇବା ପ୍ରକ୍ରିୟାକୁ ସମର୍ଥନ କରିନାହାନ୍ତି। ମୀରା ସୋସିଆଲ୍ ମିଡିଆରେ ସ୍ପଷ୍ଟ କହିଛନ୍ତି ଯେ ଜୈନ୍ ପାଇଁ ଉପହାର ପଠାଇବା ପୂର୍ବରୁ ଯେଉଁମାନଙ୍କ ପାଇଁ ପ୍ରକୃତରେ ଉପହାରର ଆବଶ୍ୟକତା ଅଛି ତାଙ୍କୁ ପଠାନ୍ତୁ। ଫଳରେ ସୃଷ୍ଟିର ଥିବା ଅନ୍ୟ ଶିଶୁମାନେ ବି ଖୁସିରେ ରହିପାରିବେ।