ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ, ଆମେରିକାରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ : କିଛି ଦିନ ହେଲାଣି ଅସୁସ୍ଥ ରହୁଛନ୍ତି ବଲିଉଡ୍ର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ଶେଷ ଥର ପାଇଁ ତାଙ୍କୁ ଡ୍ୟାନ୍ସିଙ୍ଗ ରିୟାଲିଟି ସୋ’ର ଜଜ୍ ହିସାବରେ ଦେଖିବାକୁ ପାଇଥିଲେ ଦର୍ଶକେ । କିନ୍ତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଆମେରିକା ଚାଲିଯିବା ସହ ସେଠାରେ ନିଜର ଚିକତ୍ସା କରାଉଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ରେ ଥିବା ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଦେଖାଶୁଣା ପାଇଁ ପୁଅ ମହାକ୍ଷୟ ଏବଂ ବୋହୂ ମଦାଲସା ଶର୍ମା ଡ଼ାକ୍ତରଖାନାରେ ଉପସ୍ଥିତ ଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମିଥୁନ ପିଠି ଯନ୍ତ୍ରଣାରେ ପୀଡ଼ିତ ଥିଲେ । ଏହା ଭଲ ନ ହୋଇ ବଢ଼ିବାରୁ ପରିବାର ଲୋକେ ତାଙ୍କର ଚିକିତ୍ସା ଆମେରିକାରେ କରାଇବା ପାଇଁ ଚିନ୍ତା କରିଥିଲେ । ଦୁଇ ବର୍ଷ ପୂର୍ବେ ନିଜର ଏହି ରୋଗର ଚିକିତ୍ସା ପାଇଁ ମିଥୁନ୍ ଚକ୍ରବର୍ତ୍ତୀ ଆମେରିକା ଯାଇଥିବା ବେଳେ ଏବେ ପୁଣି ତାଙ୍କୁ ଯିବାକୁ ପଡ଼ିଛି । ଫିଲ୍ମ ‘ଲକ୍’ର ସୁଟିଂ ସମୟରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମିଥୁନଙ୍କର ଏହି ସମସ୍ୟା ଆରମ୍ଭ ହୋଇଥିଲା ।