ସୋସିଆଲ ମିଡ଼ିଆରେ ଲତା ମଙ୍ଗେସ୍‌କରଙ୍କୁ ଅସମ୍ମାନ : ରମ୍‌ଜାନର ଶୁଭକାମନା ପରେ ଏଠୁ ପଳା ବୋଲି କମେଣ୍ଟ କଲେ ବ୍ୟବହାରକାରୀ

ମୁମ୍ବାଇ : ପବିତ୍ର ରମ୍‌ଜାନର ମାସ ଚାଲିଥିବା ବେଳେ ନିଜର ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍‌ । କିନ୍ତୁ ଟ୍ଵିଟରରେ କିଛି ବ୍ୟବହାରକାରୀ ତାଙ୍କୁ ଅସମ୍ମାନ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଲତା ମଙ୍ଗେସ୍‌କର ରମ୍‌ଜାନ ଅବସରରେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସବୁ ମୁସ୍‌ଲିମ୍‌ ଭାଇ-ଭଉଣୀମାନଙ୍କୁ ରମ୍‌ଜାନ ମୁବାରକ୍‌ ବୋଲି ଲେଖିଥିଲେ ।

bollywood.bhaskar.com

ଲତା ମଙ୍ଗେସ୍‌କରଙ୍କ ଏହି ଟ୍ଵିଟ୍‌ ପରେ ରେହମାନ୍‌ ନାମକ ଜଣେ ବ୍ୟବହାରକାରୀ ‘ଚଲ୍‌ ଦଫା ହୋ…’ ବୋଲି ଲେଖିଥିଲେ । ରେହମାନ୍‌ଙ୍କର ଏପରି ଅପମାନଜନକ ଟ୍ଵିଟ୍‌ ପରେ ଅନ୍ୟ ବ୍ୟବହାରକାରୀମାନେ ତାଙ୍କର ଏପରି ବ୍ୟବହାରକୁ ନିନ୍ଦା କରିବା ସହ କ୍ଷମା ମାଗିବା ପାଇଁ କହିଥିଲେ । ଏ ନେଇ ଲତା ମଙ୍ଗେସ୍‌କର କୌଣସି ମତ ରଖି ନଥିବା ବେଳେ ଦେଶର ଜଣେ ବିଶିଷ୍ଠ କଣ୍ଠଶୀଳ୍ପିଙ୍କୁ ଏପରି କହିବା ଲଜ୍ଜାଜନକ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର