ବହିରାଗତ ହିଁ ବଲିଉଡ୍‌କୁ ଆହୁରି ବଡ଼ କରିଛନ୍ତି: ବବି ଦେୱଲ

ଅଭିନେତା ବବି ଦେୱଲ ଆଜି ବଲିଉଡ୍‌ରେ ନିଜର ୨୫ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ସେ ଏବେ ଚାଲିଥିବା ବଲିଉଡ୍‌ରେ ବହିରାଗତ-ଅନ୍ତରାଗତ ବିତର୍କରେ ମୁହଁ ଖୋଲିଛନ୍ତି। ବହିରାଗତ-ଅନ୍ତରାଗତ ବିତର୍କ କେବଳ ବଲିଉଡ୍‌ରେ ଅଛି ତାହା ନୁହେଁ ପ୍ରତିଟି କ୍ଷେତ୍ରରେ ଏହି ଆଲୋଚନା ଚାଲିଆସିଛି ବୋଲି ବବି କହିଛନ୍ତି। ସେ କହିଛନ୍ତି, ବହିରାଗତମାନେ ହିଁ ବଲିଉଡ୍‌କୁ ଆହୁରି ବଡ଼ ଓ ଗରିମାମୟ କରାଇଛନ୍ତି। ବଲିଉଡ୍‌ ହେଉଛି ଏକ ନିର୍ଦ୍ଦୟ ଶିଳ୍ପ। ସେ ଯେ କେହି ବି ହେଉ, ଏଠାରେ କାହାକୁ କିଛି ବି ରୁପା ଥାଳିରେ ପରସି ଦିଆଯାଏନାହିଁ। ବବି କହିଛନ୍ତି, ତୁମେ ଯଦି ଜଣେ ଅଭିନେତା ତେବେ ତୁମେ ପ୍ରଥମ ଚଳଚ୍ଚିତ୍ର କର। ଏହା ପରେ ତୁମ କାମ ଓ ପ୍ରତିଭା ହିଁ କଥା କହିବା ଆରମ୍ଭ କରିଦେବ ଓ ଆଗକୁ ନେବ।

ସମ୍ବନ୍ଧିତ ଖବର