‘ବାହୁବଳୀ’ର ଏହି ଅଭିନେତ୍ରୀଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ରମ୍ୟା କୃଷ୍ଣନ୍ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ଜି ଟିଭିରେ ତାଙ୍କ ଅଭିନୀତ  ଜୟଲଳିତାଙ୍କ ଉପରେ ନିର୍ମିତ ସିରିଜ ପ୍ରସାରଣ ଲାଗି ପ୍ରସ୍ତୁତ ହେଉଥିବା ବେଳେ ରମ୍ୟାଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଚେନ୍ନାଇ ପୁଲିସ ରମ୍ୟାଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ କରିଛି। ମଦ ବୋତଲ ଜବତ କରିବା ସହିତ ତାଙ୍କ ଡ୍ରାଇଭର ସେଲଭା କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Ramya Krishnan caught with 104 Liquor bottles in her Car - Splco ...
Splco.me

ପୁଲିସ ସୂତ୍ରରୁ ପ୍ରକାଶ, ରମ୍ୟା କୃଷ୍ଣନ ନିଜ ଭଉଣୀ ଓ ଡ୍ରାଇଭରଙ୍କ ସହ ଟୋୟୋଟା ଇନୋଭା କାର ଟିଏନ୍‌ ୦୭ ସିକ୍ୟୁ ୦୦୯୯ରେ ମମଲାପୁରମରୁ ଚେନ୍ନାଇ ଯାଉଥିଲେ। ଏହି ସମୟରେ ଚେନ୍ନାଇ ପୁଲିସ ଚେକପୋଷ୍ଟରେ ତାଙ୍କ କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ରମ୍ୟା କୃଷ୍ଣନଙ୍କ ଗାଡ଼ିରେ ୧୦୪ଟି ମଦ ବୋତଲ ଥିବା ପୁଲିସ ଦେଖିବାକୁ ପାଇଥିଲା। ସଙ୍ଗେସଙ୍ଗେ ଏହି ମଦ ବୋତଲଗୁଡ଼ିକୁ ପୁଲିସ ଜବତ କରି ନେଇଥିଲା।  ଏହା ପରେ ରମ୍ୟା ଓ ତାଙ୍କ ଡ୍ରାଇଭରକୁ ପୁଲିସ ଅଟକ ରଖିଥିଲା।

TellyRadar

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଘଟଣାକୁ ନେଇ ଅଭିନେତ୍ରୀ ରମ୍ୟା କୃଷ୍ଣନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ସ୍ଥାନୀୟଲୋକଙ୍କ କହିବାନୁସାରେ, ଏହି ଯାଞ୍ଚ ସମୟରେ ଗାଡ଼ିରେ ରମ୍ୟା କୃଷ୍ଣନ୍‌ ବି ଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ରାଜ୍ୟରେ ଲକ୍‌ଡାଉନ୍‌ କାରଣରୁ ମଦ ନେବା ଓ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି। ଏହା ସତ୍ତ୍ୱେ ଅଭିନେତ୍ରୀଙ୍କ ଏଭଳି ଗାଡ଼ିରେ ମଦ ନେଇଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର