ଏହି ଅଭିନେତାଙ୍କୁ ଡେଟ କରୁଛନ୍ତି ପୂଜା, ଶୀଘ୍ର କରିବେ ବିବାହ !

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ୍ ପର୍ଯ୍ୟନ୍ତ ସବୁଠି ନିଜର ଦୃଢ଼ ଅଭିନୟ ଦକ୍ଷତା ପ୍ରମାଣ କରିଥିବା ପୂଜା ହେଗଡେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ପୂଜା ୨୦୧୪ରେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ମହେଞ୍ଜୋଦାରୋ’ ସହିତ ବଲିଉଡ୍ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀଙ୍କୁ ସଲମାନ ଖାନଙ୍କ ସହ ଶେଷ ଥର ପାଇଁ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିଥିଲା। ଫିଲ୍ମ ପ‌ରେ ଏବେ ପୂଜା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀ ଖୁବଶୀଘ୍ର ବିବାହ କରିବେ।

କିଛି ମାସ ତଳେ ରୋହନ ମେହରାଙ୍କ ସହ ନଜର ଆସିଥିଲେ ପୂଜା | ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା | ଏବେ ରୋହନ, ପୂଜାଙ୍କ ମାତାପିତାଙ୍କ ସହ ନଜର ଆସିବାରୁ ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି | ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବ ଆଶଙ୍କା କରି ରେସ୍ତୋରାଁ ବାହାରେ ରୋହନ, ପୂଜାଙ୍କ ସହ ଫଟୋ ଉଠାଇନଥିବା ବେଳେ ସେ ଏକାକୀ କ୍ୟାମେରା ଆଗରେ ପୋଜ ଦେଇଥିଲେ | ଏହା ସହ ପୂଜା ନିଜ ମାତାପିତାଙ୍କ ସହ ଫଟୋ ଉଠାଇଥିବା ଦେଖାଯାଇଥିଲା |

 

 

View this post on Instagram

 

A post shared by Snehkumar Zala (@snehzala)

ତେବେ ରୋହନ ମେହେରାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ଅଭିନେତା | ସେ ୨୦୧୮ ରେ ଥ୍ରୀଲର ଫିଲ୍ମ ବାଜାର ସହିତ ବଲିଉଡରେ ଡେବ୍ୟୁ କରିଥିଲେ | ଏଥିରେ ତାଙ୍କ ସହ ଅଭିନୟ କରିଥିଲେ ସୈଫ ଅଲି ଖାନ, ରାଧିକା ଆପ୍ତେ ଏବଂ ଚିତ୍ରାଙ୍ଗଦା ସିଂଙ୍କ। ରୋହନ ସ୍ୱର୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁଅ, ଯିଏ ହିନ୍ଦୀ ସିନେମାରେ ଲୋକପ୍ରିୟ ଥିଲେ।

ସମ୍ବନ୍ଧିତ ଖବର