ଚର୍ଚ୍ଚାରେ ଖଳନାୟକଙ୍କ ପ୍ରେମ କାହାଣୀ, ୧୮ବର୍ଷ ସାନ ଅଭିନେତ୍ରୀଙ୍କ ସହ ଲିଭ୍‌ ଇନ୍‌ରେ ଅଛନ୍ତି

ମୁମ୍ବାଇ : ଖଳନାୟକ ଭାବରେ ଖୁବ୍‌ ଲୋକପ୍ରିୟ ରାହୁଲ ଦେବ୍‌ । ଅନେକ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଥିବା ବେଳେ ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କାମ କରି ସାରିଛନ୍ତି । ଅଭିନୟ ପୂର୍ବରୁ ସେ ମଡେଲିଂ କରୁଥିବା ବେଳେ ବଲିଉଡ୍‌ ଫିଲ୍ମ ଚାମ୍ପିୟନ ଜରିଆରେ ସେ ବଲିଉଡ୍‌ରେ ପାଦ ରଖିଥିଲେ । ଏହା ପରେ ପରେ ଅନେକ ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଛନ୍ତି । ତେବେ ସବୁବେଳେ ନିଜ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା ରାହୁଲ ଏବେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

निगेटिव रोल में ही उलझे रह गए राहुल, 18 साल छोटी एक्ट्रेस संग है अफयेर
aajtak.intoday.in

ଅଭିନେତ୍ରୀ ମୁଗ୍ଧା ଗଡ୍‌ସେଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ୍‌ ଫିଲ୍ମ ଫ୍ୟାଶନ ଜରିଆରେ ଚର୍ଚ୍ଚାକୁ ଆସିଥିଲେ ମୁଗ୍ଧା । ଦୁହେଁ ଏବେ ସାଥୀରେ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଥିବା ବେଳେ ଅନେକ ସ୍ଥାନରେ ଏବେ ଦୁହିଁଙ୍କୁ ଏକାଠି ଦେଖାଯାଉଛି । ରାହୁଲ ମୁଗ୍ଧାଙ୍କଠାରୁ ୧୮ବର୍ଷ ବଡ଼ ହୋଇଥିବା ବେଳେ ଦୁହେଁ ଲିଭ୍‌ ଇନ୍‌ରେ ରହୁଥିବା ଜଣାପଡ଼ିଛି । ମୁଗ୍ଧାଙ୍କ ସହ ସଂପର୍କରେ ଆସିବା ପୂର୍ବରୁ ରାହୁଲ ବିବାହିତ ଥିଲେ । କିନ୍ତୁ ୨୦୦୯ରେ ତାଙ୍କ ପତ୍ନୀଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା, ଯାହା ପରେ ସେ ମୁଗ୍ଧାଙ୍କ ପ୍ରେମରେ ପଡ଼ିଥିଲେ ।

ସମ୍ବନ୍ଧିତ ଖବର