ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିବେ ରାକ୍ଷୀ ସାୱନ୍ତ। ସ୍ବାମୀଙ୍କ ସହ ବିବାଦ ମଧ୍ୟରେ ଏଭଳି ଘୋଷଣା କରିଛନ୍ତି ରାକ୍ଷୀ। ଗିରଫ ‌ପରେ ଏବେ ପୁଲିସ କଷ୍ଟଡିରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ଆଦିଲ, ରାକ୍ଷୀଙ୍କଠାରୁ ଟଙ୍କା ଠକି ନେଇଥିବା ବେଳେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଥିଲେ ରାକ୍ଷୀ। ଏହା ପରେ ଆଦିଲଙ୍କୁ ଫେବ୍ରୁଆରି ୭ରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବା ସହ ପରେ ତାଙ୍କୁ ପୁଲିସ କଷ୍ଟଡିକୁ ପଠାଯାଇଛି।

ସ୍ବାମୀ ଦେଇଥିବା ଧୋକାକୁ ‌ଭୁଲିବା ପାଇଁ ରାକ୍ଷୀ ପୁଣି ଥରେ କାମ କରିବା ଆରମ୍ଭ କରିଥିବା ବେଳେ ଦୁବାଇରେ ଖୁବଶୀଘ୍ର ଆକ୍ଟିଙ୍ଗ ଏକାଡେମୀ ଖୋଲିବା ବିଷୟରେ କହିଛନ୍ତି। ଦୁବାଇ ଯିବା ପୂର୍ବରୁ ରାକ୍ଷୀ ଗଣମାଧ୍ୟମକୁ କହିଥିଲେ ଯେ ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିବି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାକୁ ସ୍ୱପ୍ନ ଦେଖୁଥିବା ସମସ୍ତ ଯୁବପିଢ଼ିଙ୍କୁ ସାହାଯ୍ୟ କରିବି।

ଏହା ପୂର୍ବରୁ ସେ କହିଥିଲେ ଯେ “ମୁଁ ଅନୁଭବ କରୁଛି, ମୋତେ ପୁଣି ଥରେ ଠିଆ ହୋଇ କାମ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ତୁମ ପାଖରେ କାମ ଅଛି, ତୁମ ପାଖରେ ସବୁକିଛି ଅଛି। ମୁଁ ବର୍ତ୍ତମାନ ମୋ ଗୋଡରେ ଠିଆ ହେବା ଆରମ୍ଭ କରିଛି। ମୋ ସ୍ୱାମୀ ମୋତେ ବହୁତ ତଳକୁ ଖସାଇ ଦେଇଥିଲେ। କିନ୍ତୁ, ଯେତେବେଳେ ତୁମେ ତଳକୁ ଖସ, ସେତେବେଳେ ଉପରକୁ ଉଠିବାରେ ଅନନ୍ଦ ମିଳେ। ମୋ ସ୍ବାମୀଙ୍କୁ ମୋ ଭଳି ପତ୍ନୀ ନୁହେଁ ମାଙ୍କଡ଼ ପସନ୍ଦ ଥିଲେ। ସେଥିପାଇଁ ସେ ମୋତେ ଧୋକା ଦେଲେ। ”

ସମ୍ବନ୍ଧିତ ଖବର