ବିବାହ ବାର୍ଷିକୀରେ ଆଲିଆଙ୍କୁ ଏହି ଉପହାର ଦେଇ ଚର୍ଚ୍ଚାରେ ରଣବୀର

ମୁମ୍ବାଇ: ଏପ୍ରିଲ ୧୪ରେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ବର୍ଷେ ପୂରିଥିଲା। ଉଭୟ ଏପ୍ରିଲ ୧୪, ୨୦୨୨ରେ ମୁମ୍ବାଇରେ ବିବାହ କରିଥିଲେ। ଅନ୍ୟ ବଲିଉଡ ଦମ୍ପତିଙ୍କ ଭଳି ବିଦେଶରେ ବିବାହ କରିବା ଛାଡି ଦୁହେଁ ରଣବୀରଙ୍କ ଘରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କପୁର ଓ ଭଟ୍ଟ ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ରଣବୀର କପୁରଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ବାସ୍ତୁ’ରେ ହୋଇଥିଲା।

ତେବେ ବିବାହ ବାର୍ଷିକୀରେ ମଧ୍ୟ ଦୁହେଁ ବିଦେଶ ନଯାଇ ମୁମ୍ବାଇରେ ସମୟ କଟାଇଥିବା ଦେଖାଯାଇଥିଲା। ତେବେ ବିଦେଶ ନଯାଇଥିଲେ ବି ରଣବୀର, ଆଲିଆଙ୍କୁ ଦାମୀ ଉପହାର ଦେଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ରଣବୀର ଆଲିଆଙ୍କୁ ୧୦ଲକ୍ଷର ସ୍ଲିଙ୍ଗ ବ୍ୟାଗ୍ ଉପହାରରେ ଦେଇଛନ୍ତି। ତେବେ ଆଲିଆ କ’ଣ ଉପହାର ଦେଇଛନ୍ତି ତାହା ସାମ୍ନାକୁ ଆସିନାହିଁ।

Alia Bhatt married Ranbir Kapoor on April 14.
news18

ତେବେ ବିବାହ ବାର୍ଷିକୀରେ ଆଲିଆ ଇନଷ୍ଟାରେ ୩ଟି ଫଟୋ ସେୟାର କରିଥିବା ଦେଖାଯାଇଥିଲା। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଟୋ ସେୟାର କରି ସେଥିରେ ‘ହାପି ଡେ’ ବୋଲି ଲେଖିଥିଲେ। ପ୍ରଥମ ଫଟୋଟି ତାଙ୍କ ହଳଦୀ ଉତ୍ସବର ଥିବା ବେଳେ ଦ୍ବିତୀୟରେ ରଣବୀର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବା ମୁହୂର୍ତ୍ତର ଫଟୋ ଥିଲା। ତୃତୀୟ ଫଟୋଟି ଏକ ବିଶେଷ ଉତ୍ସବର, ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର