୪ମାସ ପରେ ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଖବର, ଖୁବ୍‌ ଶୀଘ୍ର ଫେରି ପାରନ୍ତି ଭାରତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଋଷି କପୁର ୪ମାସ ହେଲାଣି ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଉଛନ୍ତି । ଋଷି କପୁର କେଉଁ ରୋଗରେ ପୀଡ଼ିତ ସେ ନେଇ ସେ କୌଣସି ସୂଚନା ଦେଇ ନଥିବା ବେଳେ କେବଳ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଥିଲେ । ଯାହା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଜଡ଼ିତ ଏକ ନୂଆ ଖବର ଶୁଣିବାକୁ ମିଳୁଛି । ଏହି ଖବର ଆଉ କେହି ନୁହେଁ, ବରଂ ଋଷି କପୁର ନିଜେ ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି ।

Images Dawn

“ମୋର ଚିକିତ୍ସା ଚାଲିଛି । ଆଶା କରୁଛି କି ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବି । ଭଗବାନଙ୍କ ଦୟାରୁ ମୁଁ ଶୀଘ୍ର ଫେରିବି । ଏହା ଏକ ଲମ୍ବା ଏବଂ ଧୀର ପ୍ରକ୍ରିୟା । ଯାହା ପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ । କିନ୍ତୁ ମୁଁ ଏଥିରେ ପାରଙ୍ଗମ । ଏ ସମୟରେ ମୁଁ ଫିଲ୍ମ ବିଷୟରେ ଜମା ବି ଭାବୁ ନାହିଁ । ଖାଲି ଆରାମ କରୁଛି ଏବଂ ନିଜକୁ ରିଫ୍ରେସ୍‌ କରୁଛି” ବୋଲି ବଲିଉଡ୍‌ ହଙ୍ଗାମା ସହ କଥା ହୋଇ କହିଛନ୍ତି ଋଷି କପୁର । ତେବେ ଋଷି କପୁର ଅପ୍ରେଲ ମାସରେ ଭାରତ ଫେରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର