‘ସଲାମ ଭେଙ୍କି’ର ଟ୍ରେଲର ଆଉଟ୍‌

ମା-ପୁଅ ଯୋଡ଼ିଙ୍କ ହୃଦୟସ୍ପର୍ଶୀ କାହାଣୀକୁ ନେଇ ନିର୍ମିତ ‘ସଲାମ ଭେଙ୍କି’ ଟ୍ରେଲର ଆଜି ଉନ୍ମୋଚିତ ହୋଇଛି। ରେଭାଥୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବାବେଳେ ବିଶାଲ ଜେଠୱା, ରାଜୀବ ଖଣ୍ଡେଲୱାଲ, ରାହୁଲ ବୋଷ, ଆହାନା କୁମ୍ରା ଏବଂ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମା-ପୁଅ ସେମାନଙ୍କ ଜୀବନରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକୁ କିପରି ପରାସ୍ତ କରୁଛନ୍ତି ତାହା ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ଏହାକୁ ଦେଖି ଦର୍ଶକ କୋହ‌ ସମ୍ବରଣ କରିପାରି ନାହାନ୍ତି। ସମସ୍ତଙ୍କ ଆଖିରେ ଲୁହ। ‘ସଲାମ ଭେଙ୍କି’ ଆଗାମୀ ଡିସେମ୍ବର ୯ ତାରିଖରେ ରିଲିଜ ହେବ।

ସୁଜାତା (କାଜୋଲ) ଏବଂ ତାଙ୍କ ପୁଅ ଭେଙ୍କି (ବିଶାଲ ଜେଠୱା)ଙ୍କ ମଧ୍ୟରେ କିଛି ହୃଦୟସ୍ପର୍ଶୀ ମୂହୁର୍ତ୍ତ ଚିତ୍ରିତ ହୋଇଛି। ସୁଜାତା ଏକ ହ୍ୱିଲ୍ ଚେୟାରରେ ଅସୁସ୍ଥ ଥିବା ଭେଙ୍କିଙ୍କୁ ବସାଇ ତାଙ୍କ ଯତ୍ନ ନେଉଛନ୍ତି। ଭେଙ୍କି ସୁଜାତାଙ୍କୁ ତାଙ୍କର ଇଚ୍ଛା ମୃତ୍ୟୁ ପାଇଁ କହିଥିଲେ। ଯଦିଓ ପ୍ରଥମେ ମନା କରିଥିଲେ ପରେ ସୁଜାତା ଭେଙ୍କିଙ୍କ ଇଚ୍ଛାରେ ରାଜି ହୋଇ ଏହାକୁ ବାସ୍ତବ ରୂପ ଦେବା ପାଇଁ ବହୁ ପରିଶ୍ରମ କରିଛନ୍ତି। ସୁଜାତା ପଛକୁ ଚାହିଁଛନ୍ତି ଏବଂ ଅମୀର ଖାନ ତାଙ୍କ ପଛରେ ଛିଡା ହୋଇ ହସିବା ସହିତ ଟ୍ରେଲରଟି ଶେଷ ହୋଇଛି।

ସମ୍ବନ୍ଧିତ ଖବର