ମୃତ୍ୟୁ ପୂର୍ବରୁ ନିଜ ମା’ଙ୍କୁ ଚିନ୍ତାଗ୍ରସ୍ତ କରାଇବା ପାଇଁ ଚେଷ୍ଟା କରୁଥିଲେ ଶାହାରୁଖ୍‌ !

ମୁମ୍ବାଇ : ୧୫ବର୍ଷର ହୋଇଥିବା ବେଳେ ଶାହାରୁଖ୍‌ ଖାନ୍‌ଙ୍କ ବାପା  ଦୁନିଆ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସମୟ ସହ ସେ ବାପାଙ୍କ ବିୟୋଗର ଦୁଃଖ ଭୁଲୁଥିବା ବେଳେ ୨୬ବର୍ଷ ବୟସରେ ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏତେ କମ ବୟସରେ ଦୁହିଁଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଶାହାରୁଖ୍‌ । କିନ୍ତୁ ମା’ଙ୍କ ଯିବା ସମୟ ଆସି ଯାଇଥିବା ଜାଣି ସେ ନିଜ ମା’ଙ୍କୁ ଚିନ୍ତାଗ୍ରସ୍ତ  କରାଇବାକୁ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ଶାହାରୁଖ୍‌ ।

B'Day Spcl: चांद पर प्रॉपर्टी खरीदकर शाहरुख को गिफ्ट करती है एक फैन!
navbharattimes.indiatimes.com

ତାଙ୍କ କହିବା ଅନୁଯାୟୀ, ସେ ସମୟରେ ମୋ ମନରେ ଭୁଲ ଧାରଣା ଥିଲା । ଯିଏ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ହୋଇଯାଏ, କେବଳ ସେ ହିଁ ମୃତ୍ୟୁବରଣ କରେ ବୋଲି ମୁଁ ଭାବୁଥିଲି । ମୋ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ମୁଁ ତାଙ୍କୁ ସନ୍ତୁଷ୍ଟ ହେବାକୁ ଦେବି ନାହିଁ ବୋଲି ଚିନ୍ତା କରିଥିଲି । ଏ ନେଇ ମୁଁ ସବୁବେଳେ ତାଙ୍କ ପାଖକୁ ଯାଇ, ତୁମେ ଯିବା ପରେ ମୁଁ ମଦ ପିଇବି, ଭଉଣୀକୁ ବିବାହ କରିବାକୁ ଦେବି ନାହିଁ, ତାକୁ ମାଡ଼ ମାରିବା ଭଳି କଥା କହୁଥିଲି । ଯାହାଦ୍ୱାରା ସେ ଅସନ୍ତୋଷ ହୋଇ ରହିବା କଥା ଚିନ୍ତା କରିବେ । କିନ୍ତୁ ସେଭଳି କିଛି ହୋଇ ନଥିଲା । କିଛି ଦିନ ପରେ ସେ ଛାଡ଼ି ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର