ସନ୍ତାନ ଜନ୍ମ ହେବା ପରେ ପୂର୍ବ ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖ୍‌ତର କହିଲେ; ଫଟୋ ସେୟାର କରିବି ନାହିଁ, ପୁଅକୁ ତୈମୂର କରିବାକୁ ଚାହେଁ ନାହିଁ

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖତର ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ପୁଅ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଭିଡିଓରେ ସେ କିଛି ବିବାଦୀୟ କଥା ମଧ୍ୟ କହିଥିଲେ । ଖୁସି ଖବର ଦେଇ ମଧ୍ୟ ନିଜ ପୁଅର ଫଟୋ ସେୟାର କରି ନଥିଲେ ସୋଏବ୍‌ । ଏହାର କାରଣ ଜଣାଇ ମୁଁ ଫଟୋ ସେୟାର କରିବି ନାହିଁ । କାରଣ ମୁଁ ଚାହେଁନି ମୋ ପୁଅ ତୈମୁରଙ୍କ ଭଳି ଲାଇମ୍‌ଲାଇଟକୁ ଆସୁ । ଗୁରୁବାର ସୋଏବ୍‌ ବାପା ବନିଥିବା ବେଳେ ମା’ ଏବଂ ଶିଶୁ ଦୁହେଁ ସୁସ୍ଥ ରହିଛନ୍ତି ।

ଭିଡିଓରେ ସେ ତୈମୁରଙ୍କ ଭଳି ନିଜ ପୁଅକୁ ଲାଇମ୍‌ଲାଇଟ୍‌କୁ ଆଣିବାକୁ ଚାହୁଁ ନଥିବା କହିବା ସହ ନିଜ ପୁଅର ନାଁ କ’ଣ ରଖିବେ ସେ ନେଇ ଦ୍ୱନ୍ଦରେ ଥିବା କହିଥିଲେ । ଏହା ସହ ନିଜ ପତ୍ନୀ ଏବଂ ପୁଅର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିବାକୁ ଭିଡିଓ ଜରିଆରେ କହିଥିଲେ ସୋଏବ୍‌ । ତେବେ ସୋଏବ୍‌ଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କୁ ତାଙ୍କ କଥା ପସନ୍ଦ ଆସି ନ ଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର