ବାସ୍ତବଧର୍ମୀ କାହାଣୀର ପ୍ରଯୋଜକ

କୋଭିଡ୍-୧୯ର ସଂକ୍ରମଣ ସମଗ୍ର ବିଶ୍ବକୁ ଗ୍ରାସ କରିଛି। ଲକଡାଉନ୍‌ ଯୋଗୁଁ ଜଣେ ପ୍ରବାସୀ ଶ୍ରମିକ ରୋଜଗାର ହରାଇବା ପରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛି, ତାହା ଚଳଚ୍ଚିତ୍ର ମାଧ୍ୟମରେ ପ୍ରତିଫଳିତ କରିବାକୁ ପ୍ରୟାସ କରିଛନ୍ତି ପ୍ରଯୋଜକ ରଞ୍ଜିତ କୁମାର ସାହୁ। ନିଜେ କାହାଣୀ ପରିକଳ୍ପନା କରିବା ସହ ଚିତ୍ରନାଟ୍ୟ ପ୍ରସ୍ତୁତ ଏବଂ ସଂଳାପ ରଚନା କରିଛନ୍ତି ରଞ୍ଜିତ କୁମାର। କେବଳ ପ୍ରବାସୀ ଶ୍ରମିକ, ନୁହେଁ, ଏଥିରେ ବୁଲା ବିକାଳି, ବେରୋଜଗାର, ଗରିବ ଓ ସାଧାରଣ ଲୋକ; ଏମାନଙ୍କ ଅଭାବ ଓ ଦୁଃଖକୁ ନିଚ୍ଛକ ଭାବେ ଅବତାରଣା କରାଯାଇଛି।

ଏହାର କାହାଣୀରେ ରହସ୍ୟ, ରୋମାଞ୍ଚ, ପ୍ରେମ ଓ ହାସ୍ୟରସର ଭରପୂର ମସଲା ରହିଛି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଷ୍ଟାର୍‌ସନ୍ ଅମ୍ଳାନ୍। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ତମନ୍ନା। ଏ ଦୁହିଁଙ୍କ ବ୍ୟତୀତ ହରିହର ମହାପାତ୍ର ଓ ବବି ମିଶ୍ର ମଧ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ପ୍ରଦ୍ୟୁମ୍ନ ଲେଙ୍କା, ଉମାକାନ୍ତ ମୁଦୁଲି, ପୃଥ୍ବୀରାଜ ଆଚାର୍ଯ୍ୟ, କମଲ, ଲୀନା, ଭାବନା, ନୀଖିଳେଶ ଘୋଷ, ରଶ୍ମି ପାଢ଼ୀ, ରାଧେଶ୍ୟାମ ମିଶ୍ର ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଜନ୍ମେଞ୍ଜୟ ପଣ୍ଡା ଓ ତପୁ ନାୟକ ଗୀତ ରଚନା କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। କୌଶିକ୍‌ ମିସ୍ତ୍ରି ଚିତ୍ରୋତ୍ତୋଳନ କରୁଥିବା ବେଳେ ସମ୍ପାଦନା କରୁଛନ୍ତି ରଞ୍ଜନ ଖଟେଇ।

ସମ୍ବନ୍ଧିତ ଖବର