ନିର୍ବାଚନ ଜିତିବା ପରେ ପରିବାର ସହ ଛୁଟି କଟାଇବାକୁ ବାହାରିଲେ ସନ୍ନି ଦେଓଲ, ଲୋକେ କହିଲେ; ବୁଲିବା ପରିବର୍ତ୍ତେ ସମାଜ ପାଇଁ କିଛି କର

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ପଞ୍ଜାବର  ଗୁରୁଦାସପୁରରୁ ବିପୁଳ ଭୋଟ ପାଇ ବିଜୟର ମୁକୁଟ ପିନ୍ଧିଥିଲେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ । ତେବେ ନିର୍ବାଚନ ଜିତିବା ପରେ ସେ ଗୁରୁଦାସପୁରକୁ ଯାଇ ନ ଥିବାରୁ ଲୋକେ ଅଭିଯୋଗ ଆଣିଛନ୍ତି । ଖାସ୍‌ କରି ତାଙ୍କର ବୁଲିବାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।

 

 

View this post on Instagram

 

Missing freedom #freedom. This is a year old video.

A post shared by Sunny Deol (@iamsunnydeol) on

ସୂଚନା ମୁତାବକ, ସନ୍ନି ଦେଓଲ ନିଜ ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି, ଏବେ ମୁଁ ହିମାଚଳ ପ୍ରଦେଶର କାଜା ରାସ୍ତାରେ ଅଛି । ଏହା ବହୁତ ସୁନ୍ଦର ସ୍ଥାନ ହୋଇଥିବା ବେଳେ ଗତବର୍ଷ ମଧ୍ୟ ମୁଁ ଏଠାକୁ ଆସିଥିଲି । ଏଠାରେ ବହୁତ ଭଲ ଲୋକ ଥିବା ସହ ଖାଇବା ମଧ୍ୟ ଭଲ । ମୁଁ ଅଧଘଣ୍ଟା ପର୍ଯ୍ୟନ୍ତ ଏଠାରେ ରହିବି । ଏଠାକୁ ଆସି ମୋତେ ବହୁତ ଭଲ ଲାଗିଲା ବୋଲି ଭିଡିଓରେ କହୁଥିବା ଦେଖା ଯାଇଛି । କିନ୍ତୁ କ୍ୟାପ୍‌ସନରେ ଏହା ବର୍ଷେ ତଳର ପୁରୁଣା ଭିଡିଓ ବୋଲି ଲେଖିଛନ୍ତି ସନ୍ନି । ତେବେ ତାଙ୍କର ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇ ଯାଇଛି ।  କିଛି ଲୋକ ଗୁରୁଦାସପୁର ଆଡ଼େ ମଧ୍ୟ ଆସ ବୋଲି କହିଥିବା ବେଳେ କିଛି ଜିତିବା ପରେ ବୁଲିବା ପରିବର୍ତ୍ତେ ସମାଜ ପାଇଁ କିଛି କର ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର