ଫିଲ୍ମ ଫେଷ୍ଟିଭାଲରେ ହିନ୍ଦିରେ କଥା ହେବା ପାଇଁ କହିବାରୁ ଯୁବକଙ୍କୁ ଏଭଳି ଚୁପ୍ କରାଇଲେ ତାପସୀ

ମୁମ୍ବାଇ: ଭାରତର ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ଏହି ଅବସରରେ ସେ ସିଧାସଳଖ ଭାବରେ ଉପସ୍ଥିତ ଦର୍ଶକଙ୍କ ସହ କଥା ହୋଇଥିବାର ଦେଖାଯାଇଥିଲା। ତେବେ ଏହି ସମୟରେ ଜଣେ ଯୁବକ ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ କହିବା ପରେ ତାପସୀ ଯେଉଁଭଳି ଭାବରେ ତାଙ୍କୁ ଚୁପ୍ କରାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Related image
timesofindia.indiatimes.com

ସୂଚନା ମୁତାବକ, ଜଣେ ଯୁବକ ଉଠି ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ କହିଥିଲେ। ଯୁବକଙ୍କ ଏଭଳି କଥା ଶୁଣି ତାପସୀ କହିଥିଲେ, କ’ଣ ଏଠାରେ ଉପସ୍ଥିତ ଥିବା ଲୋକେ ସମସ୍ତେ ହିନ୍ଦି ବୁଝୁଛନ୍ତି କି? ତାପସୀଙ୍କ ଏଭଳି କଥା ଶୁଣି ଯୁବକଜଣଙ୍କ ତାଙ୍କୁ କହିଥିଲେ କି, ଆପଣ ବଲିଉଡ ଅଭିନେତ୍ରୀ ହିସାବରେ ହିନ୍ଦି ଭାଷାରେ କଥା ହେବା ଦରକାର। ଯୁବକଙ୍କଠାରୁ ଏଭଳି କଥା ଶୁଣି ତାପସୀ କହିଥିଲେ କି, ମୁଁ ତାମିଲ ଓ ତେଲୁଗୁ ସିନେମାରେ ମଧ୍ୟ କାମ କରିଛି। ଏବେ ମୁଁ ତାମିଲ ଭାଷାରେ କଥା ହେବି କି? ବୋଲି ପଚାରିଥିଲେ। ଯାହା ପରେ ଯୁବକ ଚୁପ୍ ହୋଇ ନିଜ ସ୍ଥାନରେ ବସି ପଡ଼ିଥିଲେ।

ସମ୍ବନ୍ଧିତ ଖବର