ସୋନୁଙ୍କ ଟିମର ସଦସ୍ୟଙ୍କ ବାବଦରେ ଜାଣିଛନ୍ତି କି ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ରିଲ ଭିଲେନ୍ ସୋନୁ ସୁଦ ଶ୍ରମିକମାନଙ୍କ ପାଇଁ ଏକ ରିଅଲ୍ ଲାଇଫ୍ ହିରୋ ପାଲଟିଛନ୍ତି | ଗତ କିଛି ସପ୍ତାହ ହେବ ସୋନୁ ମୁମ୍ବାଇରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ଘରକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି | ଅଭିନେତା ତାଙ୍କର ସାଙ୍ଗମାନଙ୍କ ସହିତ ମିଶି କର୍ଣ୍ଣାଟକ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟକୁ ଯିବା ପାଇଁ ବସ୍ ବ୍ୟବସ୍ଥା କରୁଛନ୍ତି। ସୋନୁ ସୁଦ ଏହାକୁ ବ୍ୟାଖ୍ୟା କରି କହିଛନ୍ତି, ‘ଆମେ ନିକଟରେ ଏକ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛୁ, ଯେଉଁଥିରେ ଆମେ ଦୁଃଖରେ ଥିବା ପ୍ରବାସୀମାନଙ୍କଠାରୁ ଅନେକ କଲ ଗ୍ରହଣ କରୁଛୁ। ମୁଁ କଲ ପାଇବା ମାତ୍ରେ ମୋ ପତ୍ନୀ ସୋନାଲି ଏହାକୁ ନୋଟ୍ କରନ୍ତି ଏବଂ ମୋର ପିଲାମାନେ ଇଶାନ ଏବଂ ଆୟାନ ମଧ୍ୟ କିଏ କେଉଁ ବସ୍‌ରେ ଯିବେ ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତି।

indianexpress

ସୋନୁ କହିଛନ୍ତି ଯେ କେଉଁ ଶ୍ରମିକ କେବେ ଓ କେଉଁ ବସରେ ଯିବେ ସ୍ଥିର ହେବା ପରେ ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ କାଗଜପତ୍ର ଏବଂ ପ୍ରବାସୀ ଶ୍ରମିକଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥାଏ।

ଫିଲ୍ମ ଇଣ୍ଡଷ୍ଟ୍ରିର ସମର୍ଥନ ବିଷୟରେ ପଚରାଯିବାରୁ ସୋନୁ ବମ୍ବେ ଟାଇମ୍ସକୁ କହିଛନ୍ତି, ‘ରୋହିତ ଶେଟ୍ଟୀ ମୋତେ ଅଭିନନ୍ଦନ ଜଣାଇଛନ୍ତି, ତବୁ ମୋ ସହିତ ଯୋଗାଯୋଗ କରିଥିଲେ | ମୋର ଭଲ ବନ୍ଧୁ ଫରାହ ଖାନ ମୋତେ ପ୍ରତିଦିନ ଫୋନ କରନ୍ତି ଏବଂ ତାଙ୍କର କୌଣସି ସାହାଯ୍ୟ ଦରକାର କି ପଚାରନ୍ତି | ସେହିପରି ଫାରହା ସ୍ୱେଚ୍ଛାକୃତ ଭାବେ ପ୍ରବାସୀମାନଙ୍କୁ ପାନୀୟ ଜଳ ଯୋଗାଇଦିଅନ୍ତି |

ସମ୍ବନ୍ଧିତ ଖବର