ପ୍ରେମିକା ଦିଶା ଓ ହ୍ରିତିକ୍‌ଙ୍କ ସଂପର୍କ ବାବଦରେ ଏମିତି ମତ ରଖିଲେ ଟାଇଗର୍‌ ଶ୍ରଫ୍‌

ମୁମ୍ବାଇ: କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଉଠିଛି ଯେ ବଲିଉଡ୍‌ର ଡ୍ୟାନ୍ସିଂ କିଙ୍ଗ୍‌ ହ୍ରିତିକ୍‌ ରୋଶନ କୁଆଡ଼େ ନବାଗତା ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଫ୍ଲର୍ଟିଂ କରୁଛନ୍ତି। ଏପରି ଏକ କଥାକୁ ଅତି ‘ସିଲି ରୁମ୍ୟର୍‌’ ବୋଲି ନାମ ଦେଇଛନ୍ତି ଅଭିନେତା ଟାଇଗର୍‌ ଶ୍ରଫ୍‌। ଏହି କଥାର କୌଣସି ସତ୍ୟତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦିଶା ଆଗାମୀ ଭବିଷ୍ୟତରେ ହ୍ରିତିକ୍‌ ଓ ଟାଇଗର୍‌ଙ୍କ ସହ ଏକ ଚଳଚ୍ଚିତ୍ରରେ ନଜର ଆସିବେ।

ଦିଶା ହ୍ରିତିକ୍‌ଙ୍କୁ ନେଇ ଉଠିଥିବା ଏହି କଥା ସଂପର୍କରେ ପଚରା ଯିବାରୁ ଟାଇଗର୍‌ କହିଛନ୍ତି କି ଏହା କେବଳ ହ୍ରିତିକ୍‌ ସାର୍‌ଙ୍କ କ୍ଷେତ୍ରରେ ନୁହେଁ। ପ୍ରତ୍ୟେକ ଚିହ୍ନା ମୁହଁ ଏପରି ଟାର୍ଗେଟ ସାଜିଥାନ୍ତି। ମୁଁ ଉଭୟଙ୍କୁ ବେଶ୍‌ ଭଲ ଭାବେ ଜାଣ। ସେମାନଙ୍କ ଭିତରେ ଏପରି କିଛି ବି ନାହିଁ। ସେ ଦୁହେଁ ଖୁବ୍‌ ଭଲ ମଣିଷ ବୋଲି ଟାଇଗର୍‌ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନିଙ୍କ ମଧ୍ୟରେ ପ୍ରେମ ସଂପର୍କର ରହିଛି ବୋଲି ଅନେକ ଦିନ ହେବ କଥା ଉଠିଛି।

ସମ୍ବନ୍ଧିତ ଖବର