ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବିକି-କ୍ୟାଟ୍ରିନା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବିକି-କ୍ୟାଟ୍ରିନା। ଡିସେମ୍ବର ୯ରେ ହିନ୍ଦୁ ରୀତିନୀତିରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଆଜି ଦୁହେଁ କୋର୍ଟରେ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ଆଜି ସ୍ବତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିବେ। ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିବେ । କୋର୍ଟରେ ବିବାହ କରିବା ପରେ ଦୁହେଁ ପରିବାର ସମେତ ରାଜସ୍ଥାନ ଯିବେ ବୋଲି ଜଣାପଡ଼ିଛି। ତେବେ ଆଜି କୋର୍ଟରେ ବିବାହ କରିବା ନେଇ ବିକି ଏବଂ କ୍ୟାଟ୍ରିନାଙ୍କ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ ପାଇଁ ଡିସେମ୍ବର ମାସକୁ ବାଛିଛନ୍ତି। ବିବାହ କାର୍ଯ୍ୟ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ଦୁହେଁ ସାଧାରଣ ବିବାହ ନୁହେଁ ବରଂ ରାଜକୀୟ ଢ଼ଙ୍ଗରେ ବିବାହ କରିବେ ବୋଲି କୁହାଯାଉଛି। ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଅତିଥିଙ୍କ ପାଇଁ ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ୍ କରାଯାଇଥିବା ନେଇ ସୂଚନା ମିଳିଛି।

 

 

ସମ୍ବନ୍ଧିତ ଖବର