ହିମେଶଙ୍କ ଫିଲ୍ମର ଦ୍ୱିତୀୟ ଗୀତ ରେକର୍ଡିଂ ଆରମ୍ଭ କଲେ ରାନୁ ମଣ୍ଡଲ, ଶୁଣନ୍ତୁ କୋକିଳ କଣ୍ଠୀଙ୍କର ଆଉ ଏକ ଝଲକ୍‌

ମୁମ୍ବାଇ: ରାନୁ ମଣ୍ଡଲ ନାମ ହିଁ ଯଥେଷ୍ଟ। ତାଙ୍କ ପାଇଁ କୌଣସି ପରିଚୟର ଲୋଡ଼ା ନାହିଁ। ରାଣାଘାଟ ଷ୍ଟେସନ୍‌ରେ ବସି ଗୀତ ଗାଉଥିବା କୋକିଳ କଣ୍ଠୀ ରାତାରାତି ଷ୍ଟାର୍‌ ପାଲଟିବା ପରେ ତାଙ୍କ ଭାଗ୍ୟରେ ଚାନ୍ଦ୍‌ ଲାଗିଯାଇଛି କହିଲେ ଭୁଲ୍‌ ହେବନାହିଁ।  ତାଙ୍କୁ ହିମେଶ ରସମିଆଁ ତାଙ୍କର ଏକ ଚଳଚ୍ଚିତ୍ରର ଗୀତ ଗାଇବାକୁ ଦେବା ପରେ ରାତାରାତି ହୋଇଥିଲା ବଲିଉଡ୍‌ରେ ପ୍ରବେଶ। ଏବେ ରାନୁ ମଣ୍ଡଲ ହିମେଶଙ୍କ ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ ରେକର୍ଡିଂ ଆରମ୍ଭ କରିଛନ୍ତି।

 

ରାନୁଙ୍କୁ ହିମେଶ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଦସ୍ତଖତ କରାଇ ସାରିଲେଣି। ହିମେସଙ୍କ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ୍‌ ହିର୍‌’ ଚଳଚ୍ଚିତ୍ରରେ କଣ୍ଠଦାନ କରିବେ ରାନୁ ମଣ୍ଡଲ। ସେ ନିକଟରେ ହିମେଶ ସଂଯୋଜନା କରିଥିବା ଗୀତ ‘ତେରି ମେର’ ଗାଇ ବହୁ ଲୋକପ୍ରିୟତା ସାଉଁଟିବା ପରେ ଏବେ ‘ଆଦତ୍‌’ ଗୀତ ରେକର୍ଡିଂ ଚଳାଇଛନ୍ତି। ହିମେଶ ତାଙ୍କ ପରବର୍ତ୍ତୀ ଗୀତ ପାଇଁ ରାନୁ ମଣ୍ଡଲଙ୍କୁ ହସ୍ତଖତ କରାଇଛନ୍ତି ବୋଲି ଇନ୍‌ଷ୍ଟାରେ ପୋଷ୍ଟ୍‍ କରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର