ଆଲିଆ ବନିବେ ଜୀବନସାଥୀ: ପୂର୍ବରୁ ଏହି ସବୁ ଅଭିନେତ୍ରୀମାନଙ୍କ ସହ ପ୍ରେମ ସଂପର୍କରେ ଥିଲେ ରଣବୀର

ମୁମ୍ବାଇ: ରଣବୀର-ଆଲିଆଙ୍କ ବିବାହ ତାରିଖ ସାମ୍ନାକୁ ଆସିବା ସହ ଆସି ସାରିଛି ଅତିଥି ତାଲିକା। ବିବାହରେ ପୂର୍ବ ପ୍ରେମିକାଙ୍କ ସହ ବଲିଉଡର ଅନେକ କଳାକାର ଯୋଗ ଦେବେ ବୋଲି ଜଣାପଡ଼ିଛି। ଏପ୍ରିଲ ୧୩ରୁ ୧୭ପର୍ଯ୍ୟନ୍ତ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଥିବା ବେଳେ ଏବେ ବିବାହ ସ୍ଥାନ ବିଷୟରେ ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଲିଆ-ରଣବୀର ବିଦେଶ‌ରେ କି ବାହାର ରାଜ୍ୟରେ ନୁହେଁ, ବରଂ ରଣବୀରଙ୍କ ବାନ୍ଦ୍ରାରେ ଥିବା ଘରେ ବିିବାହ କରିବେ। ଦୁୁହିଁଙ୍କ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ହେବ ବୋଲି କୁହାଯାଇଛି।

ତେବେ, ଆପଣ ଜାଣନ୍ତି କି ଆଲିଆଙ୍କ ପୂର୍ବରୁ ରଣବୀରଙ୍କ ଜୀବନରେ ଆଉ କେଉଁ ସବୁ ନାୟିକା ଆସି ସାରିଛନ୍ତି? ଗୋଟାଏ ସମୟରେ କ୍ୟାଟ୍ରିନ୍‌ ‌କୈଫ୍‌ ଓ ରଣବୀର କପୁରଙ୍କ ପ୍ରେମ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ଏପରିକି ରଣବୀର କ୍ୟାଟ୍‌ଙ୍କୁ ନେଇ ତାଙ୍କ ପରିବାର ଲୋକଙ୍କ ସହ ବି ଭେଟାଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁହିଁଙ୍କ ସଂପର୍କ ଭାଙ୍ଗି ଯାଇଥିଲା।

କେବଳ କ୍ୟାଟ୍‌ ନୁହଁନ୍ତି, ଦୀପିକା ପାଦୁକୋନଙ୍କ ସହ ବି ରଣବୀରଙ୍କର ପ୍ରେମ ସଂପର୍କ ରହିଥିଲା। ସେମାନଙ୍କ ସଂପର୍କ ପୂରା ଠିକ୍‌ଠାକ୍‌ ଚାଲିଥିବା ବେଳେ କ୍ୟାଟ୍‌ଙ୍କୁ ନେଇ ରଣବୀରଙ୍କ ପ୍ରତି ଦୀପିକାଙ୍କ ମନରେ ସନ୍ଦେହ ସୃଷ୍ଟି ‌ହୋଇଥିଲା। ସଂପର୍କ ଭାଙ୍ଗିଯିବା ପରେ ୨୦୧୦ ମସିହାରେ ଦୀପିକା ଏକ ସାକ୍ଷାତ୍‌କାର ଦେଇ କହିଥିଲେ ଯେ ରଣବୀର ତାଙ୍କ ପ୍ରତି ବିସ୍ବସ୍ତ ନଥିଲେ।

‘ଅଞ୍ଜାନା ଅଞ୍ଜାନୀ’ ଚଳଚ୍ଚିତ୍ର ଜରିଆରେ ନିକଟତର ହୋଇଥିଲେ ପ୍ରିୟଙ୍କା ଚୋପ୍ରା ଓ ରଣବୀର କପୁର। ସେ ଦୁହିଁଙ୍କ ସଂପର୍କକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ବି ସେ ଦୁହିଁଙ୍କୁ ନେଇ କଥା ଉଠିଥିଲା।

‘ସାୱରିୟା’ ଚଳଚ୍ଚିତ୍ର ଉଭୟ ରଣବୀର ଓ ସୋନମ କପୁର ସେମାନଙ୍କ ଡେବ୍ୟୁ କରିଥିଲେ। ସେ ଦୁହଁଙ୍କ ମଧ୍ୟରେ ବି ପ୍ରେମ ସଂପର୍କ ରହିଥିବା କଥା ଉଠିଥିଲା। ସେମାନଙ୍କ ସଂପର୍କ ବି ଏତେ ଆଗକୁ ବଢ଼ିପାରିନଥିଲା। ତେବେ ରଣବୀରଙ୍କ ନର୍ଗିସ ଫକ୍ରିଙ୍କ ସହ ବି ପ୍ରେମ ସଂପର୍କ ଥିବା କଥା ଉଠିଥିଲା।

 

ସମ୍ବନ୍ଧିତ ଖବର