୧୦ବର୍ଷ ବଡ଼ ପ୍ରେମିକାଙ୍କ ସହ ଥିବା ୨ବର୍ଷର ପ୍ରେମସମ୍ପର୍କକୁ ଭାଙ୍ଗିଲେ ଜିଶାନ ଖାନ

ମୁମ୍ବାଇ: ୧୦ବର୍ଷ ବଡ଼ ପ୍ରେମିକାଙ୍କ ସହ ଥିବା ୨ବର୍ଷର ପ୍ରେମସମ୍ପର୍କକୁ ଭାଙ୍ଗିଲେ ଜିଶାନ ଖାନ। ଟେଲି ଅଭିନେତା ଜିଶାନ ଖାନ ଏବେ ନିଜ ବ୍ରେକଅପକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକା ରେହାନା ପଣ୍ଡିତଙ୍କ ସହ ଥିବା ୨ବର୍ଷର ପ୍ରେମ ସମ୍ପର୍କ ଭାଙ୍ଗିଛନ୍ତି । ୨୦୨୧ମସିହାରେ ଜିଶାନ ଖାନ ତାଙ୍କଠାରୁ ୧୦ ବର୍ଷ ବଡ଼ ଥିବା ରେହାନା ପଣ୍ଡିତଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସାମ୍ନାକୁ ଆସିଥିଲା। ହେଲେ ଏବେ ରେହାନାଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିବା ନିଶ୍ଚିତ କରିଛନ୍ତି ଜିଶାନ।

ଜିଶାନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ସବୁ କିଛି ଠିକ ଚାଲିଥିଲା। କିନ୍ତୁ ବେଳେବେଳେ କିଛି ଜିନିଷ ଆମ ହିସାବରେ ଚାଲେ ନାହିଁ। ଏହା ନୁହେଁ ଯେ, ମୋର ଏବଂ ରେହାନାଙ୍କ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଛି। କିନ୍ତୁ କିଛି ଜିନିଷକୁ ନେଇ ଦୁହିଁଙ୍କ ଚିନ୍ତାଧାରା ନମିଶିବାରୁ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଲୁ। ଯଦି ଆମେ ଅଲଗା ନହୋଇ ଏକାଠି ରହିଥାନ୍ତୁ, ତେବେ ଆମ ଭିତରେ ଥିବା ସମ୍ପର୍କ ଆହୁରି ଖରାପ ହୋଇଥାନ୍ତା। ପ୍ରେମ ଏବେ ବି ଅଛି, ତେଣୁ ଆମେ ଦୁହେଁ ଭଲ ବନ୍ଧୁ ହୋଇ ରହିବାକୁ ସ୍ଥିର କରିଛୁ। ଏହା କଷ୍ଟଦାୟକ ଥିଲା ନିଶ୍ଚୟ, କିନ୍ତୁ ଏବେ ସବୁ ଠିକ ଅଛି । ମୁଁ ଘରେ ରହି ନିଜ କାମ ଏବଂ ରୋଜା ରଖିବା ଉପରେ ଅଧିକ ଧ୍ୟାନ ଦେଉଛି ।

ଜିଶାନ ଖାନ ଏବଂ ରେହାନା ପଣ୍ଡିତ ‘କୁମକୁମ୍‌ ଭାଗ୍ୟ’ ଧାରାବାହିକରେ କାମ କରିଥିଲେ । ସେବେଠାରୁ ଦୁହିଁଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ପ୍ରାୟ ୨ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଅଲଗା ହୋଇଛନ୍ତି ।

ସମ୍ବନ୍ଧିତ ଖବର