ଆସାମ ମଦ ମୃତ୍ୟୁ ମାମଲା: ମୃତ୍ୟୁ ସଂଖ୍ୟା ୧୧୦, ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ୧୦ ଗିରଫ

ଗୌହାଟୀ: ଆସାମରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୦ରେ ପହଂଚିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ ବେଆଇନ ମଦ ଭାଟିରେ ଚଢ଼ାଉ କରି ବ୍ୟାପକ ପରିମାଣରେ ମଦ ଜବତ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରିସାରିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶନିବାର ଗୋଲାଘାଟ ସିଭିଲ ହସ୍ପିଟାଲ ପରିଦର୍ଶନରେ ଯାଇଛନ୍ତି। ଜୋରହାଟ ମେଡିକାଲ କଲେଜରେ ଭର୍ତ୍ତି ୨୨୧ ଜଣଙ୍କ ମଧ୍ୟରୁ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗୋଲାଘାଟରେ ଭର୍ତ୍ତି କରାଯାଇଥିବା ୫୯ ଲୋକଙ୍କ ମଧ୍ୟରୁ ୫୯ଙ୍କ ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ପ୍ରାୟ ୨୦୦ ବ୍ୟକ୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।

ଆସାମ ମଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ମୃତକଙ୍କ ପାଇଁ ୨ ଲକ୍ଷଟଙ୍କା ଓ ଚିକିତ୍ସିତ ଲୋକମାନଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ରାଜ୍ୟର ଏହା ସବୁଠୁ ବଡ଼ ମଦମୃତ୍ୟୁ ଘଟଣା ହୋଇଥିବା ବେଳେ ଏଥିରେ ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଵାଲ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମନ୍ତ୍ରୀ ତପନ କୁମାର ଗୋଗୋଇ, ଜୋରହାଟ ସାଂସଦ କାମାକ୍ଷା ପ୍ରସାଦ ତାସା ଏବଂ ଖୁମଟାଇ ବିଧାୟକ ମୃଣାଳ ସାଇକିଆ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର