ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଟିଡପି ସାଂସଦ, ୪ ସଦସ୍ୟଙ୍କ ଦଳ ବଦଳକୁ ଚ୍ୟାଲେଂଜ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ୪ ଜଣ ରାଜ୍ୟସଭା ସାଂସଦ ଗତକାଲି ଦଳ ବଦଳ କରି ବିଜେପିରେ ସାମିଲ ହୋଇଥିବାରୁ ଆଜି ଏହାକୁ ଟିଡିପି ସାଂସଦମାନେ ଏହାକୁ ବିରୋଧ କରିଛନ୍ତି। ଟିଡିପିର ୫ ଜଣ ସାଂସଦ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କୁ ସାକ୍ଷାତ କରି ୪ ସାଂସଦଙ୍କ ଦଳ ବଦଳକୁ ଚ୍ୟାଲେଂଜ କରିଛନ୍ତି। ଗତକାଲି ଟିଡିପି ଛାଡ଼ିବା ପୂର୍ବରୁ ୪ ଜଣ ରାଜ୍ୟସଭା ସାଂସଦ ଉପରାଷ୍ଟ୍ରପତିଙ୍କୁ ଭେଟି ସେମାନେ ବିଜେପିରେ ମିଶ୍ରଣ ଚାହୁଥିବା ଜଣାଇଥିଲେ। ଏହାପରେ ସେମାନେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର