ବିଶ୍ବନେତାଙ୍କୁ ଚମକାଇଲେ, ୧୬ ବର୍ଷୀୟା ଗ୍ରେଟା ଟୁନ୍‌ବର୍ଗ

ନ୍ୟୁୟର୍କ: ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସମ୍ମିଳନୀରେ ଗତକାଲି ୧୬ ବର୍ଷୀୟ ଗ୍ରେଟା ଟୁନ୍‌ବର୍ଗ ବିଶ୍ବ ନେତାମାନଙ୍କୁ ତାଙ୍କ ଭାଷଣରେ ଅବାକ୍‌ କରିଦେଇଥିଲେ । ଗ୍ରେଟାଙ୍କ ମର୍ମସ୍ପର୍ଶୀ ଭାଷଣ ବିଶ୍ବ ନେତାମାନଙ୍କୁ ଏ ଦିଗରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା। ଗ୍ରେଟା କ୍ରୋଧ ଏବଂ ଅଭିମାନରେ କହିଥିଲେ, ବିଶ୍ବବ୍ୟାପୀ ଏବେ ପରିବେଶ ସଙ୍କଟ ଯୋଗୁଁ ଲୋକେ ମରୁଛନ୍ତି ଏବଂ ମରଣ ମୁହଁରେ ଛଟପଟ ହେଉଛନ୍ତି। ଆମର ସ୍ବପ୍ନ, ଆମର ଶୈଶବକୁ ଫମ୍ପା ଶବ୍ଦ ଦ୍ବାରା ଆପଣ ଛଡ଼ାଇ ନେଇଛନ୍ତି। ଏଭଳି ଅଧିକାର ଆପଣଙ୍କୁ ଦେଲା କିଏ ବୋଲି ସେ ପ୍ରଶ୍ନ କରିଥିଲେ । ୨୦୦୩ରେ ସ୍ବିଡେନର ରାଜଧାନୀ ଷ୍ଟକ୍‌ହୋମ୍‌ରେ ଜନ୍ମିତ ଗ୍ରେଟା ଏବେ ଜଳବାୟୁ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜାତିସଂଘ ଭାଷଣ ପରେ ଗ୍ରେଟା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ କ୍ରୋଧ ଭରା ଦୃଷ୍ଟିରେ ଚାହିଁବା ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର