ଭାରତର କରୋନା ମୁକାବିଲା ରଣନୀତିକୁ ଡବ୍ଲୁଏଚ୍‌ଓର ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀର ମୁକାବିଲା ପାଇଁ ଭାରତ ସରକାର ଗ୍ରହଣ କରିଥିବା ସୁରକ୍ଷା ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଭୂୟସୀ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତର ସମସ୍ତ ପଦକ୍ଷେପ ପ୍ରଭାବଶାଳୀ ଏବଂ ପାରଦର୍ଶୀ ବୋଲି ଡବ୍ଲୁଏଚ୍‌ଓର ଭାରତ ପ୍ରତିନିଧି ହେଙ୍କ୍‌ ବେକ୍‌ଡାମ୍‌ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୋନା ମୁକାବିଲା ପାଇଁ ତତ୍ପରତାର ସହ କାମ କରୁଛି ଏବଂ ପୂରା ଦେଶ ଏ ଦିଗରେ ସତର୍କ ଅଛି ବୋଲି ସେ କହିଛନ୍ତି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମଧ୍ୟ କରୋନା ଭୂତାଣୁକୁ ପୃଥକ୍‌ କରିବାରେ ସକ୍ଷମ ହୋଇଛି ଏବଂ ଗବେଷଣା ତ୍ବରାନ୍ବିତ କରିଛି ବୋଲି ବେକ୍‌ଡାମ କହିଛନ୍ତି।

ସମ୍ବନ୍ଧିତ ଖବର