ରବିବାରଠାରୁ ଆମେରିକାରେ ନିଷିଦ୍ଧ ହେବ ଚୀନ ଆପ୍‌ ଟିକଟକ

ଓ୍ଵାସିଂଟନ : ଭାରତ ପରେ ଆମେରିକା ସରକାର ମଧ୍ୟ ଚୀନର କ୍ଷୁଦ୍ର ଭିଡିଓ ଆପ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ମେସେଜିଂ ଆପ ସେୟାରଚାଟକୁ ମଧ୍ୟ ନିଷିଦ୍ଧ କରାଯିବ । ଏ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଆସନ୍ତା ରବିବାରଦିନ ଏକ ନିର୍ଦ୍ଦେଶ ଜାରି କରିବାର ସମ୍ଭାବନା ରହିଛି ।
ତେବେ ରବିବାର ପୂର୍ବରୁ ଯଦି ଟିକଟକର ଆମେରିକୀୟ ବ୍ୟବସାୟକୁ ଯଦି କୌଣସି ଆମେରିକୀୟ କମ୍ପାନି କିଣେ ତେବେ ଏହି ନିଷେଧାଜ୍ଞା ଟଳିବାର ସମ୍ଭାବନା ରହିଛି । ଏହି ଡିଲ ପାଇଁ ଟିକଟକର ମୂଳ କମ୍ପାନି ଆମେରିକୀୟ ଟେକନଲୋଜୀ କମ୍ପାନି ଓରାକ୍ଲ ସହ କଥାବାର୍ତ୍ତା ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସହମତି ହୋଇନାହିଁ ।
ଗତ ଜୁନ ୨୯ ତାରିଖରେ ଭାରତ ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଥିଲେ । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ପୂର୍ବରୁ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଭାରତର ଏହି ପଦକ୍ଷେପକୁ ସେତେବେଳେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ସମର୍ଥନ କରିଥିଲେ । ଆମେରିକାରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯିବ ବୋଲି ସେ ସେତେବେଳେ କହିଥିଲେ ।

ସମ୍ବନ୍ଧିତ ଖବର