ଏକ କୋଟି ଲୋକଙ୍କୁ ମିଳିବ ଚାକିରି !

ନୂଆଦିଲ୍ଲୀ: ପେନସନ୍‌ ପ୍ରୋତ୍ସାହନ ଯୋଜନା ଅନୁସାରେ ସରକାର ୩ ବର୍ଷ ପର୍ଯ୍ୟନ୍ତ ନୂଆ କର୍ମଚାରୀଙ୍କ ମୂଳ ଦରମାର ୧୨ ପ୍ରତିଶତ ପର୍ଯ୍ୟନ୍ତ ପେନସନ ଦେବେ । ଏହି ଯୋଜନା ଅନୁସାରେ ସରକାର ଆଶା ରଖିଛନ୍ତି କମ୍ପାନିଗୁଡ଼ିକ ଉପରେ ଦରମା ବୋଝ କମ୍‌ ପଡ଼ିବ ଏବଂ ଏଥିପାଇଁ ପାଖାପାଖି ୧ କୋଟି ଲୋକଙ୍କୁ ଚାକିରି ମଳିବ ବୋଲି ସରକାର ଆଶା ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ପେନସନ୍‌ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନା ଅନୁସାରେ ସରକାର ୩ ବର୍ଷ ପର୍ଯ୍ୟନ୍ତ ନୂଆ କର୍ମଚାରୀଙ୍କ ମୂଳ ଦରମାର ୧୨ ପ୍ରତିଶତ ପର୍ଯ୍ୟନ୍ତ ପେନସନ ପ୍ରଦାନ କରିବେ । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି, କେନ୍ଦ୍ର ସରକାର ଚାକିରି ଦେବାର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି । ୨୦୧୬ରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ସେବେଠୋରୁ ଏବେ ପର୍ଯ୍ୟନ୍ତ ୩୦ ଲକ୍ଷ ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି । ସରକାରକାଙ୍କ ଆଶା ଏହି ଯୋଜନା ଅନୁସାରେ ୧ କୋଟି ଲୋକଙ୍କୁ ଚାକିରି ମିଳିବ । ଯୋଜନାକୁ ସଫଳ କରିବା ପାଇଁ ସରକାର ଏହାର ବଜେଟ୍‌ ୬,୫୦୦ରୁ ବୃଦ୍ଧି କରି ୧୦,୦୦୦ କୋଟି ରଖିବେ। ଏହି ଯୋଜନା ପୋଷାକ ବ୍ୟବସାୟ କ୍ଷେତ୍ରରେ ଲାଗୁ ହୋଇସାରିଛି ।

ସୂଚନା ଅନୁସାରେ ଯେଉଁ କର୍ମଚାରୀଙ୍କୁ ୮.୩୩ ପ୍ରତିଶତ ପେନସନ ପ୍ରୋତ୍ସାହନ ଅନୁସାରେ ଦିଆଯାଇଥିିଲା, ତାଙ୍କୁ ନୂଆ ଯୋଜନା ଅନୁସାରେ ୧୨ ପ୍ରତିଶତ ହିସାବରେ ବାକି ଟଙ୍କା ଦିଆଯିବ ।  ତେବେ ଏହି ଟଙ୍କା ଚାକିରି ମିଳିବାର ପ୍ରାଥମିକ ୩ ବର୍ଷ ପର୍ଯ୍ୟନ୍ତ ପାଇଁ ହିଁ ଏହି ସୁବିଧା ମିଳିବ । ଯେଉଁ କର୍ମଚାରୀମାନେ ୨୦୧୬ ଏପ୍ରିଲ କିମ୍ବା ତା’ପରୁ ଠାରୁ ନିଯୁକ୍ତ ପାଇଛନ୍ତି ତାଙ୍କୁ ଏହି ସୁବିଧା ମିଳିବ କିନ୍ତୁ ଗୋଟିଏ ସର୍ତ୍ତରେ ।  ଯଦି ତାଙ୍କର ଦରମା ୧୫୦୦୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର